Latest Odisha News

BREAKING NEWS

ଗେହେନାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଅଭିନେତ୍ରୀ ଗେହେନା ବଶିଷ୍ଠଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମହିଳାମାନଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ କରିବା ଏବଂ ଟଙ୍କା ନାମରେ ପ୍ରତାରଣା କରିବା ଅଭିଯୋଗ ରହିଛି ଗେହନାଙ୍କ ଉପରେ।

ତାଙ୍କ ଆବେଦନ ଶୁଣି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.କେ ସିନ୍ଦେଙ୍କ ଏକ ଖଣ୍ଡପୀଠକୁ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ଗିରଫଦାରୀକୁ ଏଡାଇବା ପାଇଁ ଗେହେନା ବଶିଷ୍ଠ ଗତ ମାସରେ ହାଇକୋର୍ଟରେ ଆବେଦନ କରିଥିଲେ। ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ ପାଇଁ ଧାରା ୩୫୪-ସି ଅନୁଯାୟୀ ଗେହେନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଏହା ବ୍ୟତୀତ ଆପତ୍ତିଜନକ ସାମଗ୍ରୀ ବିକ୍ରୟ ପାଇଁ ଆଇପିସିର ଧାରା ୨୯୨ ଏବଂ ୨୯୩ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ନିକଟରେ ଏକ ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍‌ ଚଳାଇବା ପାଇଁ ମୁମ୍ବାଇ ପୋଲିସ ବିଭିନ୍ନ ଲୋକଙ୍କ ବିରୋଧରେ ତିନୋଟି ମାମଲା ରୁଜୁ କରିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ସେ ନ୍ୟାୟିକ ହେପାଜତରେ ଅଛନ୍ତି।

Comments are closed.