ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ ହୋଇଥିବା ସମୟରେ ଅନ୍ୟଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଆଳୁବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକମାନେ ରାସ୍ତା କଡରେ ଆଳୁ ଢାଳି ହୋଇ ପଡ଼ିଥିବା ଦେଖି ଆଳୁ ବୋହିନେଇ ଯାଇଥିଲେ । ବରୀ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ହଟାଇବା ପରେ ଲୋକେ ପଳାଇଥିଲେ।
BREAKING NEWS
- ନ୍ୟୁଜିଲାଣ୍ଡ ସିରିଜ ଅଧାରୁ ବଦଳି ପାରନ୍ତି ଅଧିନାୟକ
- ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି କି ବାତ୍ୟା ‘ଅର୍ଣ୍ଣବ’?
- ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭଉଣୀ ଗିରଫ
- ମହାନଦୀ ଜଳ ବିବାଦ ସମାଧାନକୁ ନେଇ ବର୍ଷିଲା ବିଜେଡି, କହିଲା- ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ହେବାକୁ ଦିଆଯିବ ନାହିଁ
- ଏସିଆନ୍ ଗେମ୍ସ: କ୍ୱାର୍ଟର ଫାଇନାଲ ପୂର୍ବରୁ ବରୁଣ ସାନ୍ୟାଲ ମେଡିକାଲି ଅନଫିଟ୍ ଘୋଷିତ
- କାର୍ଯ୍ୟରତ ସମୟରେ ପୋଲିସଙ୍କୁ ମୋବାଇଲ ମନା, ନିୟମ ନମାଲିଲେ ହେବ କାର୍ଯ୍ୟାନୁଷ୍ଠାନ
- ଲଘୁଚାପ ବର୍ଷା: ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା
- ମସ୍କୋ ଆକାଶରେ ଡ୍ରୋନ୍ ବର୍ଷା : ଇଲେକ୍ସନ ଭିତରେ ଭୟଙ୍କର ବିସ୍ଫୋରଣ
- ୨୮ ରୁ ପୁଣି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡକରା
- Asian Games 2026:ପ୍ରଥମ ଦିନରେ ସୁଟିଂରେ ଡବଲ୍ ସିଲଭର;ଫାଇନାଲରେ ମହିଳା କ୍ରିକେଟ୍ ଦଳ, ହକିରେ ଉଭୟ ବର୍ଗରେ ଚମତ୍କାର ଆରମ୍ଭ

Comments are closed.