Latest Odisha News

BREAKING NEWS

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ ହୋଇଥିବା ସମୟରେ ଅନ୍ୟଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଆଳୁବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକମାନେ ରାସ୍ତା କଡରେ ଆଳୁ ଢାଳି ହୋଇ ପଡ଼ିଥିବା ଦେଖି ଆଳୁ ବୋହିନେଇ ଯାଇଥିଲେ । ବରୀ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ହଟାଇବା ପରେ ଲୋକେ ପଳାଇଥିଲେ।

Leave A Reply

Your email address will not be published.