Latest Odisha News

BREAKING NEWS

ଗେହେନାଙ୍କୁ ୧୫ ଲକ୍ଷ ଲାଞ୍ଚ ମାଗିଥିଲେ ମୁମ୍ବାଇ ପୋଲିସ!

ମୁମ୍ବାଇ: ଚଳିତ ବର୍ଷ ପ୍ରାରମ୍ଭରେ ପର୍ଣ୍ଣ ରକେଟ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ଗେହାନା ବଶିଷ୍ଟ ଦାବି କରିଛନ୍ତି ଯେ ତାଙ୍କୁ ଗିରଫ କରିବାକୁ ଆସିଥିବା ମୁମ୍ବାଇ ପୋଲିସର ଟିମ୍ ତାଙ୍କୁ ଗିରଫଦାରୀରୁ ବଞ୍ଚିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି କରିଛି। ଫେବୃଆରୀ ୨୦୨୧ ରେ ଗେହାନା ବଶିଷ୍ଟଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ଚାରିମାସ ସେ ଜେଲ୍‌ରେ ରହିଥିଲେ।

ଶନିବାର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଗେହାନା ବଶିଷ୍ଟ କହିଛନ୍ତି ଯେ ପୋଲିସ ତାଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଛି। ୧୫ ଲକ୍ଷ ଟଙ୍କା ଦେଲେ ଗିରଫଦାରୀରୁ ବର୍ତ୍ତିଯାଇପାରିବ ବୋଲି ପୋଲିସ କହିଥିବା ଦାବି କରିଛନ୍ତି ଗେହେନ‌ା। ସେମାନେ ମୋତେ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଯେତେବେଳେ ମୁଁ କହିଥିଲି ଯେ ମୁଁ ଭୁଲ୍ ନୁହେଁ। ଏହାପରେ ସେମାନେ କହିଥିଲେ ଯେ ଆମେ କାହା ବିରୋଧରେ ମାମଲା ରୁଜୁ କରିପାରିବା ବୋଲି ପୋଲିସ ପଚାରିଥିବା ଅଭିଯୋଗ କରିଛନ୍ତି ଗେହାନା।

Leave A Reply

Your email address will not be published.