Latest Odisha News

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ କରିଛି । ରାମୋସ ମ୍ୟାଚର ୧୭, ୫୧ ଓ ୬୭ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପେପେ (୩୩ତମ), ରାଫେଲୋ ଗୁରିରିଓ (୫୫ତମ) ଓ ରାଫେଲ ଲିଏଟୋ (୯୦+୨) ମିନିଟରେ ଗୋଲ ଦେଇଥିଲେ । ମାନୁଏଲ ଆକାଞ୍ଜି ୫୮ତମ ମିନିଟରେ ସୁଇଜରଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲଟି ଦେଇଥିଲେ । ମ୍ୟାଚର ଶେଷ ୧୦ ମିିନଟ ପାଇଁ କ୍ରିଷ୍ଟିଆନ ରୋନାଲ୍ଡୋ ପଡିଆକୁ ଆସିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲେ ।

ଡିସେମ୍ବର ୧୦ରେ ପର୍ତୁଗାଲ ଓ ମରକ୍କୋ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ପର୍ତୁଗାଲ ତୁଳନାରେ ମରକ୍କୋକୁ ଅପେକ୍ଷାକୃତ ଦୁର୍ବଳ ଦଳ ବିବେଚନା କରାଯାଉଥିବାରୁ ରୋନାଲ୍ଡୋଙ୍କ ଟିମ ସହଜରେ ସେମିରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.