Latest Odisha News

BREAKING NEWS

ଦ୍ୱିତୀୟ ଦିନରେ EDରେ ହାଜର ହେଲେ ଆର୍କିଟେକ ରଂଜିତ, ଅର୍ଚ୍ଚନାଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟି ପକାଇଲାଣି ED । ତଥାପି ସରୁନି । ଆଜି ପୁଣି EDରେ ହାଜର ହୋଇଛନ୍ତି   ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଂଜିତ ବେହେରା ।  ଗତକାଲି ମଧ୍ୟ ୧୨  ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ED ଜେରା କରିଥିଲା । ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥଲେ ରଂଜିତ ।

ଜେରା ପରେ ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର ହୋଇଥିବାର  ପ୍ରମାଣ ପାଇଛି ED ।  ଅର୍ଚ୍ଚନାଙ୍କ ଘର ଓ ଇଣ୍ଟେରିଅର ପାଇଁ କୁଆଡେ କୋଟି କୋଟି ଟଙ୍କା ବ୍ୟୟ ହୋଇଛି । ଏଥିରେ ବଡବଡ଼ିଆଙ୍କ ଟଙ୍କା ଲାଗିଥିବା ସୂଚନା ବି ମିଳିଛି ।

ତେବେ ଆଜି ରଞ୍ଜିତଙ୍କୁ ଜେରା କରିବା ପରେ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ବି ରହିଛି । ଅର୍ଚ୍ଚନାଙ୍କ ଘରର ଇଂଟେରିଅର କାମ ପାଇଁ   କେତେ ଟଙ୍କାର ଡିଲ୍ ହୋଇଥିଲା, କେତେ ଟଙ୍କା ସେ ନେଇଛନ୍ତି ସେ ନେଇ ସତ କାଢିବ ଇଡି । ସେତିକି ନୁହେଁ, ପୁରା ଘଟଣାକ୍ରମରେ ସାମିଲ ଥିବା ଏକାଧିକ ବ୍ୟକ୍ତିଙ୍କ ସହ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବା ସମ୍ଭାବନା ବି ରହିଛି ।

Leave A Reply

Your email address will not be published.