Latest Odisha News

BREAKING NEWS

କାହିଁକି ପଡିଆ ମଝିରେ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ?, ବିରାଟଙ୍କ ସହ ଯୋଡିଲେ ପ୍ରଶଂସକ…

ନୂଆଦିଲ୍ଲୀ: ପଡିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପର୍ତ୍ତୁଗୀଜ୍ ଷ୍ଟାର ଫୁଟବୋଲର କ୍ରିଷ୍ଟିଆନୋ ରୋନାଲ୍ଡୋ । କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ହୋଇ ପଡ଼ିଆରେ ନିଜ ଲୁହକୁ ଅଟକାଇ ପାରିଲେ ନାହିଁ । ଭୋ ଭୋ ହୋଇ କାନ୍ଦିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ରୋନାଲ୍ଡୋ ଏମିତି କାନ୍ଦିବାର କାରଣ କ’ଣ?

ତେବେ ଏହି ଲୁହ ଆନନ୍ଦର ଥିଲା, ଯେତେବେଳେ ପର୍ତ୍ତୁଗାଲ ସ୍ପେନକୁ ମାତ୍ ଦେଇଥିଲା । ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା । ନେସନ୍ସ ଲିଗର ଫାଇନାଲ ମ୍ୟାଚ୍ ଆଲିଆଞ୍ଜ ଆରେନା ଷ୍ଟାଡିୟମରେ ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ ସମୟ ଶେଷ ହେବା ପର୍ଯ୍ୟନ୍ତ ସ୍କୋର ୨-୨ରେ ହିଁ ଚାଲିଥିଲା ।  ପରେ ଦିଆଯାଇଥିବା ଅତିରିକ୍ତ ସମୟ ପର୍ଯ୍ୟନ୍ତ ସ୍କୋର ୨-୨ ଥିଲା । କିନ୍ତୁ ୨୧ ତମ ମିନିଟରେ ମାର୍ଟିନ୍ ଜୁବିମେଣ୍ଡି ସ୍ପେନ ପାଇଁ ପ୍ରଥମ ଗୋଲ କରିଥିଲେ । ମାତ୍ର ୫ ମିନିଟ ପରେ, ପର୍ତ୍ତୁଗାଲର ନୁନୋ ମେଣ୍ଡେସ୍ ଏକ ଗୋଲ ସ୍କୋର କରି ସ୍କୋର ୧-୧କୁ ସମାନ କରିଥିଲେ ।

ପରେ ୪୫ ତମ ମିନିଟରେ ମାଇକେଲ୍ ଏକ ଗୋଲ ସ୍କୋର କରି ସ୍ପେନକୁ ୨-୧ରେ ଆଗୁଆ କରିଦେଇଥିଲେ । ଏହା ପରେ ପର୍ତ୍ତୁଗାଲ ଏକ ଗୋଲ କରିଥିଲା, ​​କିନ୍ତୁ ରୋନାଲ୍ଡୋ ଅଫସାଇଡ୍ ଠିଆ ହୋଇଥିଲେ, ତେଣୁ ଏହି ଗୋଲକୁ ଅବୈଧ ଘୋଷଣା କରାଯାଇଥିଲା । ତଥାପି, ୬୧ ତମ ମିନିଟରେ, ରୋନାଲ୍ଡୋ ଏକ ଚମତ୍କାର ଗୋଲ ସ୍କୋର କରି ସ୍କୋର ୨-୨କୁ ସମାନ କରିଦେଇଥିଲେ । ରୋନାଲ୍ଡୋଙ୍କ ଗୋଲ ପରେ, ମ୍ୟାଚ୍ ସମୟ ଶେଷ ହେବା ପର୍ଯ୍ୟନ୍ତ କୌଣସି ଗୋଲ ହୋଇନଥିଲା, ଏମିତିକି ଅତିରିକ୍ତ ସମୟ ଦିଆଯିବା ପରେ ମଧ୍ୟ କୌଣସି ଗୋଲ ହୋଇନଥିଲା । କିନ୍ତୁ ପେନାଲ୍ଟି ସୁଟଆଉଟ୍ ପରେ, ନିଜର ଦମଦାର ପ୍ରଦର୍ଶନ ସହ ପର୍ତ୍ତୁଗାଲ୍ ସ୍ପେନକୁ ୫-୩ ଗୋଲରେ ପରାସ୍ତ କରିଥିଲା। ପର୍ତ୍ତୁଗାଲ୍ ଜିତିବା ମାତ୍ରେ, ରୋନାଲ୍ଡୋ ଖୁସିରେ ଭାବପ୍ରବଣ ହୋଇଗଲେ। ପୂର୍ବରୁ, ଯେତେବେଳେ ଖେଳାଳିମାନେ ପେନାଲ୍ଟି ନେଉଥିଲେ, ରୋନାଲ୍ଡୋ ନିରନ୍ତର ପ୍ରାର୍ଥନା କରୁଥିଲେ। ସେ ବହୁତ ଚିନ୍ତିତ ଦେଖାଯାଉଥିଲେ, କିନ୍ତୁ ସ୍ପାନିସ୍ ଖେଳାଳି ପେନାଲ୍ଟି ହାତଛଡ଼ା କରିବା ମାତ୍ରେ ସେ ଖୁସି ହୋଇଯାଇତଇଲେ । ତା’ପରେ ଯେତେବେଳେ ପର୍ତ୍ତୁଗାଲ୍ ଶେଷ ଗୋଲ କରି ଟାଇଟଲ୍ ଜିତିଲା, ରୋନାଲ୍ଡୋ ଆନନ୍ଦରେ କାନ୍ଦିବାକୁ ଲାଗିଥିଲେ । ସେ ପ୍ରଥମେ ଷ୍ଟାଡିୟମରେ ବସି ପଡ଼ିଲେ, ଭୂମିରେ ମୁଣ୍ଡ ନଇଁ ପକାଇଲେ ଏବଂ ଯେତେବେଳେ ସେ ଠିଆ ହେଲେ, ତାଙ୍କ ଆଖି ଓଦା ହୋଇଥିଲା । ଆଉ ସେ କାନ୍ଦିପକାଇଥିଲେ । ଯାହା ଫ୍ୟାନ୍ସଙ୍କୁ ବି ବେଶ୍ ଭାବପ୍ରବଣ କରିଦେଇଥିଲା ।

ଭାରତରେ ପ୍ରଶଂସକମାନେ ଏହାକୁ ବିରାଟ କୋହଲିଙ୍କ ସହ ଲିଙ୍କ୍ କରି ଖୁବ୍ ସେୟାର ମଧ୍ୟ କରୁଛନ୍ତି । କାରଣ ୧୮ ବର୍ଷ ପରେ ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ବିରାଟ ମଧ୍ୟ ଷ୍ଟାଡିୟମରେ ଖୁସିରେ କାନ୍ଦିଥିଲେ ।

Comments are closed.