Latest Odisha News

BREAKING NEWS

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ ପ୍ରକାରର । କ୍ୟାନ୍ସର ବ୍ରେନ ଟ୍ୟୁମର ଓ ବିନା କ୍ୟାନ୍ସରର ବ୍ରେନ ଟ୍ୟୁମର ।

କ୍ୟାନ୍ସର ବ୍ରେନ ଟ୍ୟୁମର ମସ୍ତିଷ୍କରେ ବିକାଶ ହୋଇ ଧୀରେ ଧୀରେ ଅନ୍ୟ ଭାଗକୁ ବ୍ୟାପିଥାଏ । ଚିକିତ୍ସା ପରେ ଏହା ପୁଣିଥରେ ହେବାର ଆଶଙ୍କା ରହିଥାଏ । ବିନା କ୍ୟାନ୍ସରର ଟ୍ୟୁମର ଧୀର ଧୀରେ ବିକାଶିତ ହୁଏ । ଏହାର ଚିକିତ୍ସା ପରେ ପୁଣି ଥରେ ଟ୍ୟୁମର ହେବାର ସମ୍ଭାବନା କମ୍ ଥାଏ ।

ତେବେ ଏହି ବ୍ରେନ ଟ୍ୟୁମରର ଲକ୍ଷଣ ହେଲା ବାରମ୍ବାର ମୁଣ୍ଡବିନ୍ଧା ହେବା, ବାନ୍ତି ଲାଗିବା ଅବା ବାନ୍ତି ହେବା, ଝାପ୍‌ସା ଦେଖାଯିବା, ନିଦ୍ରା ସମସ୍ୟା ଦେଖାଦେବା, ସ୍ମରଣ ଶକ୍ତି କମିବା, ବୁଝିବା ଓ ଭାବିବା କ୍ଷମତା କମିଯିବା, ଦୂରଦୃଷ୍ଟି ଦୁର୍ବଳ ହେବା ସହ ଥକ୍କାପଣ ଅନୁଭବ ହେବା । ଧ୍ୟାନ ରଖନ୍ତୁ ଏହିସବୁ ଲକ୍ଷଣ ନିୟମିତ ଦେଖାଦେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ରେନ ଟ୍ୟୁମର ଅସ୍ବାସ୍ଥ୍ୟକର ଲାଇଫଷ୍ଟାଇଲ ଯୋଗୁଁ ହୋଇପାରେ । ଅତ୍ୟଧିକ ଧୂମପାନ କରିବା, ବ୍ୟାୟାମ ନକରିବା ଓ ଖରାପ ଖାଦ୍ୟାଭ୍ୟାସ , ଚର୍ବିଯୁକ୍ତ ଖାଦ୍ୟ ସେବନ ଆଦି ଖରାପ ଲାଇଫଷ୍ଟାଇଲ ଯୋଗୁଁ ବ୍ରେନ ଟ୍ୟୁମର ଆଶଙ୍କା ବଢିଯାଏ । ଯଦି ପରିବାରରେ ପୂର୍ବରୁ କୌଣସି ସଦସ୍ୟଙ୍କୁ ବ୍ରେନ ଟ୍ୟୁମର ହୋଇଛି ତେବେ ଅନ୍ୟ ସଦସ୍ୟଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଥୀାଏ । ମସ୍ତିଷ୍କ କିମ୍ବା ଏହାର ପାଶ୍ବର କୋଷିକାର ଡିଏନଏ ପରିବର୍ତ୍ତନ ହେଲେ ବ୍ରେନ ଟ୍ୟୁମର ହୋଇଥାଏ । ଏଚଆଇଭି -ଏଡସ୍ ଥାଏ, ତେବେ ଅନ୍ୟ ଲୋକଙ୍କ ତୁଳନାରେ ଆପଣଙ୍କୁ ବ୍ରେନ ଟ୍ୟୁମର ହେବାର ଆଶଙ୍କା ଅଧିକ ରହିଥାଏ ।

 

 

 

Comments are closed.