Latest Odisha News

BREAKING NEWS

ଶିଶୁଙ୍କଠାରେ ବଢୁଛି ପୋଷ୍ଟ କୋଭିଡ୍‌ ସଂକ୍ରମଣ; ୫ ମାସରେ ୪ ଶିଶୁ ମୃତ

ଥିରୁବନନ୍ତପୁରମ୍‌: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ କେରଳରେ ମଲ୍ଟି-ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ଦ୍ୱାରା ୪ ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ସଂକ୍ରମିତ ହୋଇଛନ୍ତି। କରୋନା ପରବର୍ତ୍ତୀ ସଂକ୍ରମଣ ଏବେ ରାଜ୍ୟ ପାଇଁ ଏକ ନୂତନ ଚିନ୍ତାର କାରଣ ହୋଇଛି। ଯେଉଁଠୁ ଏବେ ସମ୍ଭାବ୍ୟ ତୃତୀୟ ଲହରର ଆଗମନକୁ ନେଇ ଆଶଙ୍କା ବଢିଛି।

କେରଳର ମୁଖ୍ୟମନ୍ତ୍ରୀ ଶନିବାର ଦିନ ଅଭିଭାବକମାନଙ୍କୁ କହିଛନ୍ତି ଯେ ଯଦି ପିଲାମାନଙ୍କରେ MIS-C ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉ। ଏହାକୁ ଅଣଦେଖା କଲେ ଏହା ଜଟିଳତା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାଭାଇରସରୁ ସୁସ୍ଥ ହେବାର ତିନି-ଚାରି ସପ୍ତାହ ପରେ ଜ୍ୱର, ପେଟ ଯନ୍ତ୍ରଣା, ଆଖି ଲାଲ  ପଡ଼ିବା ଏବଂ ବାନ୍ତି ହେବାର ଲକ୍ଷଣ ଥିବା ପିଲାମାନଙ୍କ ମଧ୍ୟରେ MIS-C ଏକ ପୋଷ୍ଟ-କୋଭିଡ ଲକ୍ଷଣ ବିକଶିତ ହୋଇଛି। ଯାହା ଫଳରେ ପୋଷ୍ଟ କୋଭିଡ ସଂକ୍ରମଣ ଯୋଗୁ ରାଜ୍ୟରେ ତ ୫ ମାସ ଭିତରେ ପ୍ରାୟ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.