Latest Odisha News

କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟରେ କ୍ରୀଡା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି  । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରିଥିଲେ  ।ଅମିତ ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

BjdElectrycity

ସେହିପରି ଓଡିଶାର ବରିଷ୍ଠ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଦିଆଯାଇଛି  । ଏବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି  ।କାଳୁ ଚରଣ ଚୌଧୁରୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ
ପ୍ରଶିକ୍ଷଣରେ ଉତ୍କର୍ଷତା ପାଇଁ ବ୍ୟାଡମିଣ୍ଟନ୍ କୋଚ୍ ଶିବ ପ୍ରସାଦ ଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ ପ୍ରଦାନ କରାଯାଇଛି ୧ ଲକ୍ଷ ଟଙ୍କା ଓ ମାନପତ୍ର  ।

ଶିବ ପ୍ରସାଦ ଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନଅନ୍ୟପଟେ ପୋଲିସ ଏଏସଆଇ ତ୍ରୈଲୋକ୍ୟନାଥ ପରିଡା ଚଳିତବର୍ଷର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ରୌପ୍ୟ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.