Latest Odisha News

BREAKING NEWS

‘କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ମହାମାରୀ କରୋନା । ତେବେ ଭାରତରେ ସଂକ୍ରମିତଙ୍କ ତୁଳଦାରେ ସୁସ୍ଥ ହାର ଢ଼େର ଅଧିକା ରହିଛି । ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି ।

କରୋନାରୁ ଭୂତାଣୁରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ । ଏନେଇ ପରାମର୍ଶ ଦେଇଛି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ । ସକାଳୁ ଉଷୁମ ପାଣି କିମ୍ବା କ୍ଷୀର ସହ ଗୋଟିଏ ଚାମଚ ଚ୍ୱବନପ୍ରାଶ ଖାଇବା ସ୍ୱାସ୍ଥ୍ୟ ପ୍ରତି ହିତକର ବୋଲି କୁହାଯାଇଛି । କରୋନା ଆକ୍ରାନ୍ତ ଚିକିତ୍ସା ପରବର୍ତ୍ତୀ ସମୟରେ ଚ୍ୱବନପ୍ରାଶ ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭ ଦେଇଥାଏ ବୋଲି କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି । ଆୟୁର୍ବେଦିକ ଡାକ୍ତର ମଧ୍ୟ ଚ୍ୱବନପ୍ରାଶ ଖାଇବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହ ସାମର୍ଥ୍ୟ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ ଆଦି କରିବାକୁ କୁହାଯାଇଛି । ସବୁବେଳେ ମର୍ଣ୍ଣିଂ ଓ ଇଭିନିଂ ୱାକ କରିବା ସହ ସତେଜ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ଧୂମ୍ରପାନ ଓ ମଦ୍ୟପାନ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ପର୍ଯ୍ୟାପ୍ତ ସମୟ ଶୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ ବୋଲି ଆୟୁଷ ମନ୍ତ୍ରାଳୟ ପରାମର୍ଶ ଦେଇଛି । ପ୍ରତିଦିନ ଲେମ୍ବୁ କିମ୍ବା ହଳଦୀ ପାଣିରେ କୁଳି କରିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.