Latest Odisha News

BREAKING NEWS

ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !

ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍‌ଲାଇନ୍‌ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ ।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଏହି ଫଟୋ । ଏହି ଫଟୋ ହେଉଛି ଦେଓରିଆ ଜିଲ୍ଲା ଶାମପୁର ଗାଁର । ମାସାଧିକ କାଳ ଧରି ଏହି ପ୍ରାଥମିକ ସ୍କୁଲ ଚାଲୁ ଅବସ୍ଥାରେ ଥିଲା । ଫଟୋଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । କୋଭିଡ-୧୯ ଲକ୍‌ଡାଉନ୍‌କୁ କାହିଁକି ବେଖାତିର କରି ଏହି ସ୍କୁଲ ଚାଲୁ ଅବସ୍ଥାରେ ଥିଲା, ସେ ନେଇ ଉଠିଛି ଅସରନ୍ତି ପ୍ରଶ୍ନ ।

ଫଟୋ ଭାଇରାଲ ହେବା ପରେ ଦେଓରିଆ ଜିଲ୍ଲା ଆଡିସ୍ନାଲ୍ ବେସିକ୍ ଶିକ୍ଷା ଅଧିକାରୀ ଜ୍ଞାନ ଚନ୍ଦ୍ର ମିଶ୍ରା ଏ ନେଇ ଯାଂଚ କମିଟି ବସାଇଥିଲେ । ବୁଧବାର ଏହି ଫଟୋଟି ସାମ୍ନାକୁ ଆସିବା ପରେ ସ୍କୁଲର ହେଡ୍‌ମାଷ୍ଟର ଜୁଲଫିକର୍ ଖାନଙ୍କୁ ନିଲମ୍ବିତ କରାଯାଇଛି ।

ଫଟୋରେ କିଛି ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି । ଗୁଗଲରେ ରିଭର୍ସ ଇମେଜ ସର୍ଚ୍ଚ କରିବା ପରେ ଘଟଣା ସତ ବୋଲି ପ୍ରମାଣିତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ବିଗତ ମାସେ ଧରି ସ୍କୁଲରେ ପିଲାମାନଙ୍କୁ ପାଠ ପଢାଯାଉଥିଲା ।

ପ୍ରଧାନଶିକ୍ଷକ ନୁହେଁ ବରଂ ଦିନ ଗୋଟାଏ ପର୍ଯ୍ୟନ୍ତ ଶିକ୍ଷାମିତ୍ରମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିଲେ । ତେବେ ସ୍କୁଲ ଖୋଲା ହେବା ପରେ ପ୍ରଧାନଶିକ୍ଷକ ଉପସ୍ଥିତ ରହୁନଥିବା ତଥା ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷାମିତ୍ରମାନଙ୍କୁ ବାଧ୍ୟ କରିଥିଲେ ବୋଲି ଜଣାପଡିଛି ।
.

Leave A Reply

Your email address will not be published.