Latest Odisha News

ମେଡିକାଲରୁ ଡିସର୍ଚାଜ ହେବା ପରେ କ’ଣ କହିଲେ ସମ୍ବିତ, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରୁ ଆରୋଗ୍ୟ ହୋଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ସେ ଏନେଇ ମଙ୍ଗଳବାର ଦିନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି।“ଆପଣ ସମସ୍ତଙ୍କ ଶୁଭେଚ୍ଛା ଯୋଗୁଁ ମୁଁ ଘରକୁ ଫେରି ଆସିଛି। ତେବେ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଆଉ କିଛି ସମୟ ଲାଗିବ” ।

ଏହାର ଜବାବରେ ଦିଲ୍ଲୀ ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗ ଟ୍ୱିଟ କରି କହିଛନ୍ତି ଯେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତୁ, ମୁଁ ଆସି ଆପଣଙ୍କ ସହ ଚା ପିଇବି।

ଅଧିକ ପଢନ୍ତୁ: ବିଜେପି ନେତା ସମ୍ବିତ ପାତ୍ରଙ୍କ କରୋନା ଟେଷ୍ଟ ନେଗେଟିଭ

ଉଲ୍ଲେଖଯୋଗ୍ୟ, ଗତ ମେ ୨୮ ତାରିଖରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ଶ୍ରୀ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ବିଜେପି ନେତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ବୋଲି ସୁତ୍ରରୁ ପ୍ରକାଶ ।

Comments are closed.