Latest Odisha News

BREAKING NEWS

ଚେତିଲା ବନ ବିଭାଗ; ଖୋଜୁଛି ହାତୀ ମୃତ୍ୟୁର କାରଣ

ବାରିପଦା: ହାତୀର ମୃତ୍ୟୁ ପରେ ବନବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । କାରଣ ଖୋଜିବା ପାଇଁ ବନବିଭାଗ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।

ଗତକାଲି କପ୍ତିପଦା ରେଞ୍ଜ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ବନବିଭାଗ ଖବର ପାଇଥିଲା । ଖବର ପାଇବା ପରେ ବନବିଭାଗ ଘଟଣାସ୍ଥଳରେ ପହଂଚି କେବଳ ମୃତଦେହକୁ ଜବତ କରି ଚାଲି ଆସିଥିଲା । ଆଜି ଉକ୍ତ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିବା ନିମନ୍ତେ ପୁରା ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚିଛି ।

ତତସହିତ ଭୁବନେଶ୍ୱରରୁ ଏକ ସ୍ପେଶାଲ୍ ଟାସ୍କ ଫୋର୍ସ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀ ମୃତ୍ୟୁର କାରଣ ଖୋଜୁଛି । ଆଜି ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ବନବିଭାଗ । ଏହି ହାତୀଟି କୁଲଡିହା ଏବଂ ଶିମିଳିପାଳର ବର୍ଡରରେ ଥିବା ସଂରକ୍ଷିତ ଜଙ୍ଗଲରେ ହିଁ ମୃତ୍ୟୁବରଣ କରିଥିବା କହିଛନ୍ତି ବାରିପଦା ଡିଏଫଓ । ଏହା ସହିତ ମୃତ ହାତୀଟି ଦନ୍ତାହାତୀ ହୋଇଥିବା ବେଳେ ତାହାର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ମୃତ ହାତୀର ଦୁଇ ଦାନ୍ତ ସୁରକ୍ଷିତ ରହିଥିବା ଏବଂ ତାହା ଛୋଟ ଆକାରର ବୋଲି ସୂଚନା ଦେଇଛି ବନବିଭାଗ । ତେବେ ହାତୀ ମୃତ୍ୟୁର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ ଶବ ବ୍ୟବଚ୍ଛେଦ ସହିତ ଅଧିକ ତଦନ୍ତ ପରେ ମୃତ୍ୟୁ ପଛରେ ଶିକାରୀ ନା କୌଣସି ରୋଗ ରହିଛି ତାହା ସ୍ପଷ୍ଟ ହେବ ।

Comments are closed.