ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସଚିନ ୩ଟି ବଡ ଗଛ ସମ୍ମୁଖରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କ ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଅମ୍ପାୟର ଷ୍ଟମ୍ପସ ଏତେ ବଡ ଅନୂଭବ କରାଇଛନ୍ତି ? ସଚିନ ଏହି ପୋଷ୍ଟ ମାଧ୍ୟମରେ ଷ୍ଟିଭ ବକନରଙ୍କୁ ସମାଲୋଚନା କରୁଥିବା ଅନୁମାନ କରାଯାଉଛି । ୧୯୯୦ ଓ ୨୦୦୦ ରେ ସଚିନଙ୍କ ସହ ବକନରଙ୍କ ସମ୍ପର୍କ ଏତେଟା ଭଲ ନ ଥିଲା । ୨୦୦୮ରେ ଅଷ୍ଟ୍ରେଲିଆ ଗସ୍ତରେ ବକନରଙ୍କ କେତେକ ନିଷ୍ପତି ନେଇ ସେ ସମୟରେ ବେଶ ଆଲୋଚନା ହୋଇଥିଲା । ଇରଫାନ ପଠାନ ମଧ୍ୟ କମେଂଟ ଦେଇଛନ୍ତି ଯେ, ଡିଆରଏସ ଯୁଗରେ ବକନର ବହୂତ ଦୂରକୁ ପଳାଇ ଯାଇଥିବେ ।
୨୦୦୩ ବ୍ରିସବେନ ଟେଷ୍ଟରେ ଜେସନ ଗିଲେପ୍ସିଙ୍କ ବଲରେ ସଚିନଙ୍କୁ ସେ ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ରିପ୍ଲେରେ ବଲ ୱିକେଟଠାରୁ ବହୂତ ଉପରେ ଯାଉଥିବା ଦେଖିବାକୁ ମିିଳିଥିଲା । ସେ ସମୟରେ ଏହି ନିଷ୍ପତିକୁ କଡା ସମାଲୋଚନା କରାଯାଇଥିଲା । ୨୦୦୫ ପାକିସ୍ତାନ ବିପକ୍ଷ ଇଡେନଗାର୍ଡେନ ଟେଷ୍ଟରେ ସଚିନଙ୍କ ବ୍ୟାଟରେ ବଲ ବାଜି ନ ଥିଲେ ମଧ୍ୟ ସେ ତାଙ୍କୁ ଆଉଟ ଘୋଷିତ କରିଥିଲେ । ୨୦୦୮ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଂଟିଂଙ୍କ କ୍ୟାଚ ଏମଏସ ଧୋନୀ ନେଇଥିଲେ ମଧ୍ୟ ବକନର ତାଙ୍କୁ ଆଉଟ ଦେଇ ନ ଥିଲେ । ଏହି ଟେଷ୍ଟରେ ଗାଙ୍ଗୁଲିଙ୍କ କ୍ୟାଚ ମାଇକେଲ କ୍ଲାର୍କ ଖସାଇ ଦେଇଥିଲେ ମଧ୍ୟ ସେ ତାଙ୍କୁ ଆଉଟ ଘୋଷିତ କରିଥିଲେ ।