Latest Odisha News

କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱରର ଏହି ପୋଷ୍ଟ ଅଫିସ୍ ବନ୍ଦ

ଭୁବନେଶ୍ୱର: ଡାକ ବିଭାଗର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜରେ ଥିବା ସବ୍ ପୋଷ୍ଟ ଅଫିସକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

ଭୁବନେଶ୍ୱର ଡିଭିଜନ ପୋଷ୍ଟ ଅଫିସର ସିନିୟର୍ ସୁପରିଟେଣ୍ଟେଣ୍ଟ ଏକ ପତ୍ରରେ କହିଛନ୍ତି ଯେ ବନ୍ଦ ହେବା ପୂର୍ବରୁ ଅଫିସକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଛି । ଏଥିସହିତ ଭୁବନେଶ୍ୱର ମହାନଗର ନିଗମକୁ ସାନିଟାଇଜେସନ୍ ପାଇଁ ଅନୁରୋଧ ମଧ୍ୟ କରାଯାଇଛି ।

ସେହିପରି ଅଫିସର ସବୁ କର୍ମଚାରୀଙ୍କ କରୋନା ଟେଷ୍ଟ କରିବା ଲାଗି କ୍ୟାପିଟାଲ୍ ହସ୍ପିଟାଲର ଡାଇରେକ୍ଟରଙ୍କୁୁ ମଧ୍ୟ ଅନୁରୋଧ କରାଯାଇଛି । ଏହାଛଡା ଆବଶ୍ୟକ ସ୍ଥଳେ ଅନ୍ୟ କୋଭିଡ୍ ହସ୍ପିଟାଲରେ ଏହି ପରୀକ୍ଷା କରାଯିବ ବୋଲି ଉଲ୍ଲେଖ ରହିଛି ।

Comments are closed.