Latest Odisha News

ମୈନପୁରୀ ଲୋକସଭା ଓ ୬ ବିଧାନସଭା ଉପନିର୍ବାଚନର ଆସିବ ରେଜଲ୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ବ୍ୟତୀତ ମୈନପୁରୀ ଲୋକସଭା ସିଟ୍ ଓ ୬ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ମୈନପୁରୀ ସିଟ୍ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଛି । ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ରଘୁରାଜ ସିଂ ସାକ୍ୟା ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।

ଏହା ବ୍ୟତୀତ ଉତ୍ତରପ୍ରଦେଶର ରାମପୁର ଓ ଖତୌଲି ସିଟ୍, ଓଡ଼ିଶାର ପଦ୍ମପୁର, ରାଜସ୍ଥାନର ସରଦାରସହର, ବିହାରର କୁଢନୀ ଓ ଛତିଶଗଡର ଭାନୁପ୍ରତାପପୁର ସିଟ୍ ଏଥିରେ ସାମିଲ ଅଛି । ରାମପୁର ସିଟ୍ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସଦସ୍ୟତା ରଦ୍ଦ କାରଣରୁ ଖାଲି ପଡିଛି ।

Leave A Reply

Your email address will not be published.