Latest Odisha News

BREAKING NEWS

ଆସନ୍ତା୧୪ରେ କଟକରେ ଡାକସେବା ବନ୍ଦ

କଟକ: ଆସନ୍ତା ୧୪ ତାରିଖରେ କଟକ ପ୍ରଧାନ ଡାକଘର (କଟକ ଜି.ପି.ଓ.) ଏବଂ ଏହା ଅଧୀନସ୍ଥ ସମସ୍ତ ଉପ ଡାକଘର /ଶାଖା ଡାକଘର ବନ୍ଦ ରହିବ । ଜୁଲାଇ ୧୫ ତାରିଖରେ ଏକ ନୂତନ ସଫ୍ଟୱେର ପ୍ରଚଳନ ହେବ ।

ସୂଚନାଥାଉକି, ଡାକଘରମାନଙ୍କରେ ଏକ ନୂତନ ସଫ୍ଟୱେର (IT 2.0)ର ପ୍ରଚଳନ ଆସନ୍ତା ଜୁଲାଇ ୧୫ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ଉକ୍ତ ଡାକଘରମାନଙ୍କରେ ଆସନ୍ତା ୧୪ ତାରିଖରେ ସମସ୍ତ ଡାକ କାରବାର ବନ୍ଦ ରହିବ । ଡାକ ଅଧିକ୍ଷକ କଟକ ନଗର ଡାକ ମଣ୍ଡଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତେବେ ଏହି ଅଞ୍ଚଳର ସମସ୍ତ ଗ୍ରାହକ ଓ ଜନସାଧାରଣ ଏଥିରେ ସହଯୋଗ କରିବାକ ଅନୁରୋଧ କରାଯାଇଛି ।

 

Comments are closed.