Latest Odisha News

BREAKING NEWS

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଏଣିକି କୋଭିଡ୍‌ ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର

ନୂଆଦିଲ୍ଲୀ: କରୋନାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ରାଜ୍ୟ କୋଭିଡ -୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ପୂର୍ବରୁ ସେପରି କିଛି କୁହାଯାଇ ନାହିଁ। ପୋଷ୍ଟର ଲଗାଇବା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗାଇଡଲାଇନ ଜାରି କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀ ଏହା ପାଇଁ ନିର୍ଦ୍ଦେଶନାମା ଜାରି କଲେ ହିଁ ରାଜ୍ୟ ଏଭଳି ପୋଷ୍ଟର ଲଗାଯିବ ଅନ୍ୟଥା କୌଣସି କୋଭିଡ୍‌ ରୋଗୀଙ୍କ ଘର ବାହାରେ ପୋଷ୍ଟର୍‌ ଲଗାଯିବ ନାହିଁ।

Leave A Reply

Your email address will not be published.