Latest Odisha News

BREAKING NEWS

ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର: କରୋନା ଯୋଗୁ କୋହଳ ଥିବା ଟ୍ରାଫିକ କଟକଣା ପୁଣି ଥରେ କଡ଼ାକଡ଼ି ହୋଇଛି । ଭୁବନେଶ୍ୱର ଜୋରଦାର ହୋଇଚି ଧରପଗଡ଼ । ନିୟମ ଉଲ୍ଲଂଘନ ଯୋଗୁ ଜଣେ ସ୍କୁଟି ଚାଳକଙ୍କ ଉପରେ ପଡ଼ିଛି ୨୬ହଜାର ଟଙ୍କା ଫାଇନ ।

ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ । ସେମାନଙ୍କର ୧୮ବର୍ଷରୁ କମ୍ ହୋଇଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ । ଏତିକିବେଳେ ସେମାନଙ୍କୁ ଧରିଥିଲା ଟ୍ରାଫିକ ପୋଲିସ । ତଣ୍ଡ ଗଣିବାକୁ ପଡ଼ିଛି ।

ନୂଆବର୍ଷରୁ ରାଜ୍ୟରେ ଟ୍ରାଫିକ ଚେକିଂକୁ କଡ଼ାକଡ଼ି କରାଯିବ । ଏବେ ଲୋକଙ୍କୁ ସଚେତନ କରାଯାଉଛି । ବାଇକ୍ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ନହେଲେ ଫାଇନ୍ ଦେବାକୁ ପଡ଼ିବ । ଏହାସହ ବାଇକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ମାସ ସସପେଣ୍ଡ ହେବ ।

Leave A Reply

Your email address will not be published.