ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍) ପରୀକ୍ଷା ସ୍ଥଗିତ ରଖିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି । ଏପରି ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ରେଟା ଥର୍ଣ୍ଣବର୍ଗ ।
ଗ୍ରେଟା ଥର୍ଣ୍ଣବର୍ଗ ଯିଏକି ଦିନେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ବିଶ୍ୱସ୍ତରର ରାଷ୍ଟ୍ରନେତାଙ୍କୁ ‘ହାଓ ଡେୟାର ୟୁ’ କହି ଚର୍ଚ୍ଚାକୁ ଆସିଥିଲେ ।
ସେହିପରି ଜଳବାୟୁ ପରିବେଶ ଉପରେ କାର୍ଯ୍ୟ କରୁଥିବା ଆଉ ଜଣେ ଉଗାଣ୍ଡାର ଭାନେଶା ନାକାଟେ ମଧ୍ୟ ଟ୍ୱିଟ୍ ଯୋଗେ ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ନେଇ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ଆଉ ଜଣେ ଯୁବ କ୍ଲାଇମେଣ୍ଟ ଆକ୍ଟିଭିଷ୍ଟ ଲିସିପ୍ରିୟା କାନଗୁଜମ୍ ।
ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ “ପରୀକ୍ଷା କେନ୍ଦ୍ର ଏକ କନସେନଷ୍ଟ୍ରେସନ କ୍ୟାମ୍ପ ଭଳି । ଯଦି ଆପଣ ଭାଗ୍ୟବାନ ତାହେଲେ ବର୍ତ୍ତିଯିବେ । ଯଦି ଆପଣଙ୍କର ଭାଗ୍ୟ ସପକ୍ଷରେ ନରହିବ ତାହେଲେ ସିଧା କୋଭିଡ ହସ୍ପିଟାଲକୁ । କୋଭିଡ ସମୟରେ ସରକାର କାହିଁକି ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ସହ ଖେଳୁଛନ୍ତି?”
ଅଧିକ ପଢନ୍ତୁ: ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
Comments are closed.