ଭୁବନେଶ୍ବର: ଆଳୁ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାଲି ପାଟିକୁ ନୁହେଁ ଏହି ଆଳୁ ତ୍ବଚା ପାଇଁ ମଧ୍ୟ ବହୁତ ଲାଭଦାୟକ | ଏହା ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ | ତେବେ ଆସନ୍ତୁ ଆଳୁ ରସ ପ୍ରୟୋଗ କରିବାର ଉପକାରିତା ବିଷୟରେ ଜାଣିବା..
ସନବର୍ନରୁ ରକ୍ଷା କରେ
ଯଦି ଆପଣ ମୁହଁରେ ଆଳୁ ରସ ଲଗାନ୍ତି, ତେବେ ଆପଣ ସନବର୍ନରୁ ରକ୍ଷା ପାଇପାରିବେ | କାରଣ ଏଥିରେ ଥିବା ଜିଙ୍କ ଚେହେରା ପାଇଁ କବଚ ଭଳି କାମ କରେ |
ବ୍ରଣରୁ ମୁକ୍ତି ପାଆନ୍ତୁ
ଆଳୁ ରସରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ମିଳିଥାଏ ଯାହା ଚର୍ମରେ ଥିବା ବ୍ରଣକୁ ଦୂର କରିବାରେ ସାହାଯ୍ୟ କରିଥାଏ |ଏହାକୁ ପ୍ରତିଦିନ ଆପଣଙ୍କ ମୁହଁରେ ଲଗାଇବାକୁ ପଡିବ |
ଡେଡ ସ୍କିନକୁ ବାହାର କରିଥାଏ
ମୁହଁରେ ଆଳୁ ରସ ଲଗାଇଲେ ଡେଡ ସ୍କିନ ବାହାରିଯାଇଥାଏ | ଆଳୁରେ ପ୍ରାକୃତିକ ଏକ୍ସଫୋଲିଏଟର ଥାଏ, ଯାହା ଚେହେରା ପାଇଁ ଲାଭଦାୟକ ଅଟେ |
ଚେହେରାରୁ କୁଞ୍ଚକୁ ହ୍ରାସ କରିବ
ଯଦି ଆପଣ ଆଳୁ ରସ ଏବଂ ଏଲୋବେରା ଜେଲ୍ ମିଶ୍ରଣ କରି ଆପଣଙ୍କ ମୁହଁରେ ଲଗାନ୍ତି, ତେବେ ଏହା କୁଞ୍ଚକୁ ହ୍ରାସ କରିବାରେ ସାହାଯ୍ୟ କରେ | ତେଣୁ, ଆପଣଙ୍କୁ ଏହି ଫେସ୍ ପ୍ୟାକ୍ ପ୍ରତିଦିନ ପ୍ରୟୋଗ କରିବାକୁ ପଡିବ |
ତେଲିଆ ତ୍ବଚା ପାଇଁ ଲାଭଦାୟକ
ଯଦି ଆପଣ ନିଜ ତ୍ବଚାରେ ଆଳୁ ରସ ଲଗାନ୍ତି, ତେବେ ଏହା ଆପଣଙ୍କ ଫେସ୍ ରୁ ତେଲିଆ ଅଂଶ କମ୍ ହେବ । ଏଥିସହ ଚର୍ମ କୋମଳ ରହିବ |
ଡାର୍କ ସର୍କଲଗୁଡିକ ହ୍ରାସ କରେ
ଯଦି ଆପଣ ଆଳୁ ରସ ପ୍ରୟୋଗ କରନ୍ତି, ତେବେ ଆଖି ତଳେ ଥିବା ଡାର୍କ ସର୍କଲ ବହୁ ପରିମାଣରେ କମିଯିବ |
ତ୍ବଚାରେ ଚମକ ଆସେ
ମୁହଁରେ ଆଳୁ ରସ ଲଗାଇବା ଦ୍ୱାରା ସ୍କିନରେ ଚମକ ଆସିଥାଏ | ଏଥିପାଇଁ ଆପଣଙ୍କୁ ଆଳୁ ରସରେ ଟିକେ ମହୁ ମିଶାଇ ମୁହଁରେ ଲଗାଇବାକୁ ପଡିବ |
Comments are closed.