Latest Odisha News

BREAKING NEWS

ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ

ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ । ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ଆଳୁ ବୋଝେଇ ଟ୍ରକଟି ଓଲଟି ପଡ଼ିଲା ।

ଆଳୁ ବୋଝେଇ ଟ୍ରକଟି କଟକ ଅଭିମୁଖେ ଯାଉଥିଲା । ଏତିକିବେଳେ ଛତିଆରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥଲା । ଏହାପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଆଳୁ ବୋଝେଇ ଟ୍ରକ ।

ଏଖବର ଶୁଣିବା ପରେ ସେଠାରେ ଲୋକ ରୁଣ୍ଡ ହୋଇଥିଲେ । ଆଳୁ ବସ୍ତା, ବ୍ୟାଗରେ ଭର୍ତ୍ତି କରି ଘରକୁ ନେଇ ପଳାଇଲେ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.