Latest Odisha News

BREAKING NEWS

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୨୯ରେ ବିହାର, ଅକ୍ଟୋବର ୧ରେ ଦିଲ୍ଲୀ, ଅକ୍ଟୋବର ୨ରେ ଛତିଶଗଡ ଓ ୪ରେ ଆନ୍ଧ୍ରପ୍ରଦେଶକୁ ଭେଟିବ । ସେପ୍ଟମ୍ବର ୧୨, ୧୪ ଓ ୧୬ରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଅଭ୍ୟାସ ମ୍ୟାଚ ଖେଳିବ ।

ଘୋଷିତ ଦଳ: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ଆଶୀର୍ବାଦ ସ୍ୱାଇଁ (ଉପ ଅଧିନାୟକ), ସାଇଦୀପ ମହାପାତ୍ର, ଓମ୍ ଟି ମୁଣ୍ଡେ, ସାଇ ଶୁଭମ, ଶ୍ରେଷ୍ଠ ସିଂ, ରିତେଶ ପ୍ରିୟରଂଜନ, ରାକେଶ ସାହୁ, ରିତିକ ଚୌଧୁରୀ, ଭିମଲ କୁମାର, ସମ୍ବିତ ବରାଳ, ଦୀନେଶ ମାଝି (ଉଇକେଟ କିପର), ସାଂରାଶ କୁମାର, ଅଂଶୁମାନ ସାହୁ, ଏମ.ସୋହେଲ, ଅଂଶୁମାନ ବେଜ, ସୁଶୀଲ ବାରିକ, ନିରଞ୍ଜନ ଗୌଡ, ସାହିଲ ପ୍ରସାଦ, ଆଦିତ୍ୟ ଜୟସିଂ, ଶୁଭମ ସିଂ, ରାଜେଶ ପାତ୍ର ।

Leave A Reply

Your email address will not be published.