Latest Odisha News

ରୋଷେଇ ଘରେ ମହଙ୍ଗା ମାଡ଼, ଟ୍ଵିନ ସିଟିରେ ଆଳୁ କିଲୋ ୩୦

ଭୁବନେଶ୍ଵର: ରୋଷେଇ ଘରେ ମହଙ୍ଗା ମାଡ଼ । ପକେଟକୁ ବାଧୁଛି ଆଳୁ ଦର । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ତେବେ କେବଳ ଆଳୁ କାହିଁକି, ରୋଷେଇ ଘରର ଅନ୍ୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀ, ହରଡ଼ ଡାଲି ଓ ପାମୋଲିନ୍ ତେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଗଲା ଦଶ ଦିନ ଭିତରେ ଆଳୁ କିଲୋ ପିଛା ପ୍ରାୟ ୧୦ଟଙ୍କା ବଢ଼ିଲାଣି।

ଏବେ ଖୁଚରା ବଜାରରେ କିଲୋ ପିଛା ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଆଗକୁ କିଲୋ ପିଛା ଦର ୪୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ । ସେହିପରି ଗତ ୧୫ ଦିନ ଭିତରେ ଡାଲି କିଲୋ ପିଛା ୮ ଟଙ୍କା ବଢିଥିବା ବେଳେ ତେଲ ଲିଟର ୫ ଟଙ୍କା ବଢିଛି ।

ଗତ ସପ୍ତାହରେ ହରଡ ଡାଲି ୧୩୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ କିନ୍ତୁ ହରଡ଼ ଡାଲି କିଲୋପିଛା ୧୩୮ ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କାର ନିକଟତର ହୋଇଛି। ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କା ନିକଟତର ହୋଇଛି ।

ସାଧାରଣତଃ ଡିସେମ୍ବରରୁ ଫେବୃଆରୀ ଭିତରେ ଆଳୁ ଅମଳ ହୋଇଥାଏ । ନୂଆ ଆଳୁ ବଜାରକୁ ଆସିବା ପରେ ଦର କମିବା କଥା, କିନ୍ତୁ ବାହାର ରାଜ୍ୟରେ ଦର ବଢିଥିବାରୁ ଓଡିଶାରେ ମଧ୍ୟ ବଢୁଛି ବୋଲି କହିଛନ୍ତି ବଜାର କମିଟି ।

Comments are closed.