Latest Odisha News

BREAKING NEWS

ଆସିଲା ଆଳୁ, ୩ କିଲୋକୁ ୧୦୦ ଟଙ୍କା

ଭୁବନେଶ୍ବର: ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଏଥିପାଇଁ ନାଫେଡ୍ ଜରିଆରେ ଆଳୁ ଆଣି କେଜି ପିଛା ୩୦ ଟଙ୍କା ଦରରେ ରାଜ୍ୟବାସୀଙ୍କୁ ଯୋଗାଇବା ପାଇଁ କହିଥିଲେ ଯୋଗାଣ ମନ୍ତ୍ରୀ । ଏହା ପରେ ଆଜି ନାଫେଡ୍ ଜରିଆରେ ଆଳୁ ଆସି ରାଜଧାନୀରେ ପହଞ୍ଚିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ଶହେ ଜଣ ଡିଲରଙ୍କୁ ଏହି ଆଳୁ ଯୋଗାଇଛି ଯୋଗାଣ ବିଭାଗ। ଏଥିରେ ଭୁବନେଶ୍ବରରେ ୩ କେଜି ଆଳୁ ଶହେ ଟଙ୍କାରେ ମିଳିବ । ପ୍ରତି ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନଙ୍କର ରାସର୍ନକାର୍ଡ ଅଛି ସେମାନେ କାର୍ଡ ଦେଖାଇ ଏହା ନେବା ବେଳେ ଅଣରାସର୍ନକାର୍ଡଧାରୀ ମଧ୍ୟ ଏହାର ଲାଭ ନେଇପାରିବେ ।

ତେବେ ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଲୋକଙ୍କୁ ୩୦ ଟଙ୍କା ଦରରେ ଆଳୁ ଦିଆଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ତିନିଶହ ମେଟ୍ରିକ ଟନ୍ ଆଳୁ ନାଫେଡ୍ ଜରିଆରେ ଅର୍ଡର କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ପ୍ରଦାନ କରାଯାଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସର୍ବସାଧାରଣ ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ବିକିବେ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ । ଯାହା ରାଜ୍ୟବାସୀଙ୍କ ଆଳୁ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।

Comments are closed.