Latest Odisha News

ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ ଟ୍ରକ୍, ସ୍ଵାଭାବିକ ହେବ ଦର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସ୍ଵାଭାବିକ ହେଉଛି ଆଳୁ ଦର । ତେବେ ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା କିନ୍ତୁ ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି । ବର୍ତ୍ତମାନ ଦର ୩୨/୩୪ ଟଙ୍କା ହେଲାଣି । ସେପଟେ କିନ୍ତୁ ଦେଖିବାକୁ ମିଳୁଛି ଭିନ୍ନ ରୂପ। ମନ୍ତ୍ରୀ ଆଳୁ ଦର ୩୨/୩୪ କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚା ଦରରେ ବିକ୍ରି ହେଉଛି ଆଳୁ । କଟକ, ଭୁବନେଶ୍ବରରେ ଆଜି ଆଳୁ କେଜି ୫୦ ଟଙ୍କା ଥିବା ସୂଚନା ମିଳିଛି ।

ଶୁକ୍ରବାର ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଗାଡ଼ି ଫେରିଯିବାକୁ ନେଇ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିସହ ଯଦି ପଶ୍ଚିମବଙ୍ଗ ଆଳୁ ନ ଦିଏ ତେବେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ ବୋଲି କହିଥିଲେ ମନ୍ତ୍ରୀ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ। ସେପଟେ କିନ୍ତୁ ଆଳୁ ଗାଡ଼ି ଫେରିଯିବା ଘଟଣାରେ ନିଜ ଆଡୁ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆଳୁ ପଠେଇବାକୁ ଅନୁରୋଧ କରିଥିଲେ ବିଜେଡି ନେତା ନବୀନ ପଟ୍ଟନାୟକ। ସେପଟେ ନବୀନଙ୍କ ଚିଠିକୁ ନେଇ କଡ଼ା ସମାଲୋଚନା କରିଥିଲା ଶାସକ ବିଜେପି।

Comments are closed.