Latest Odisha News

ଶୁକ୍ର ଗ୍ରହରେ ଜୀବନର ସନ୍ଧାନ !

ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି । ଏହାର କାରଣ ହେଲା ଶୁକ୍ରରେ ଫସଫିନ୍ ଗ୍ୟାସ ମିଳିବା । ଏହି ଗ୍ୟାସ ଜୀବନର ସତା ବାହକ କହିଲେ ଭୁଲ ହେବ ନାହିଁ । ପେଙ୍ଗଇନଙ୍କ ଶରୀରରେ ଫସଫିନ୍ ମିଳିଥାଏ । ତା ମାନେ ଶୁକ୍ରରେ କଣ ଏଲିୟନ ରହୁଛନ୍ତି ? ଫସଫିନ୍ କାରଖାନାରେ ତିଆରି ହୋଇଥାଏ । ଶୁକ୍ରରେ ଜୀବନ ଏବଂ କାରଖାନା ନ ଥିବା ବେଳେ ଏହି ଗ୍ୟାସ ମିଳିବା ନିଶ୍ଚିତ ଭାବେ ଉତ୍ସାହର କାରଣ ବୋଲି ବ୍ରିଟେନର କାର୍ଡିଫ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେନ୍ ଗୀବ୍ସ କହିଛନ୍ତି ।

ବାୟୁମଣ୍ଡଳର ୫୦ କିଲୋମିଟର ଉପରେ ଫସଫିନର ଆସ୍ତରଣ ରହିଛି । ଶୁକ୍ର ବାୟୁମଣ୍ଡଳରେ ୯୬ ପ୍ରତିଶତ କାର୍ବନ ଡାଇଅକ୍ସାଇଡ ରହିଛି । ଯଦି କୌଣସି ଜୀବନ ଏଠାରେ ଥାଏ ତାହା ହେଲେ ଭୂପୃଷ୍ଠଠାରୁ ୫୦ କିଲୋମିଟର ଉପରେ ରହିବା ସ୍ୱାଭାବିକ । ଏ ନେଇ ଜୋର ସୋରରେ ଗବେଷଣା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.