Latest Odisha News

ମମତାଙ୍କ ବଡ଼ ଘୋଷଣା: ବ୍ରାହ୍ମଣ ପୁରୋହିତଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଗୃହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରାହ୍ମଣ ପୁରୋହିତମାନଙ୍କ ପାଇଁ ମାସିକ ଭତ୍ତା,ମାଗଣା ଗୃହ ଘୋଷଣା କରିଛନ୍ତି ।

୨୦୨୧ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତା “ଆପତ୍ତିଜନକ ରାଜନୀତି” କରୁଥିବା ଅଭିଯୋଗର ସମ୍ମୁଖୀନ ହେବାପରେ ଏହି ଘୋଷଣା କରିଛନ୍ତି। ମାସିକ ୧୦୦୦ଟଙ୍କା ଭତ୍ତା ଏବଂ ୮୦୦୦ରୁ ଅଧିକ ସନାତନ ବ୍ରାହ୍ମଣ ପୁରୋହିତଙ୍କ ପାଇଁ ମାଗଣା ଘର ସରକାର ଦେବ ବୋଲି ସେ କହିଛନ୍ତି ।

ବାନାର୍ଜୀ ଜଣେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, “ଆମେ ପୂର୍ବରୁ ସନାତନ ବ୍ରାହ୍ମଣ ସମ୍ପ୍ରଦାୟକୁ କୋଲାଘାଟରେ ଏକ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇ ଦେଇଥିଲୁ। ଏହି ସମ୍ପ୍ରଦାୟର ଅନେକ ପୁରୋହିତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି। ସେମାନଙ୍କୁ ଭତ୍ତା ଯୋଗାଇ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ। ମାସକୁ ୧୦୦୦ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଅଧୀନରେ ମାଗଣା ଗୃହ ମଧ୍ୟ ଯୋଗାଇଦିଆଯିବ।”

ପୁରୋହିତ ସଂଖ୍ୟାକୁ ନେଇ ସବିଶେଷ ତଥ୍ୟ ନଥିବା ହେତୁ ପ୍ରଥମେ ସଂଗୃହିତ ହୋଇଥିବା ୮୦୦୦ଜଣଙ୍କୁ ଏହି ସୁବିଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପରବର୍ତ୍ତୀ ସମୟରେ ତଥ୍ୟ ଭିତ୍ତିରେ ଅନ୍ୟ  ମାନଙ୍କୁ ଦିଆଯିବ ।

କେବଳ ପୁରୋହିତଙ୍କୁ ସୁବିଧା ଦିଆଯିବାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି ମମତା ବାନାର୍ଜୀ । କେବଳ ପୁରୋହିତ ନୁହଁ ସମସ୍ତ ପାଦ୍ରୀ, ମୌଲାନାଙ୍କ ଅସୁବିଧାରେ ମମତା ସରକାର ସହଯୋଗ କରିବା ନେଇ ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ରଖଛନ୍ତି ।

Leave A Reply

Your email address will not be published.