Latest Odisha News

BREAKING NEWS

ପୌଷ ପୂର୍ଣ୍ଣିମା; ସୁନା ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତୀ

ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି । ପୁଷ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ଅଟେ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ । ଆଜିର ଦିନରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି । ଆଜି ରତ୍ନସିଂହାସନରେ ଶ୍ରୀଜୀଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ।

ପୂରାଣ ଅନୁଯାୟୀ, ଆଜିର ତିଥିରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବ ମନ୍ଦିର ମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ ।

ଆଜ ସକାଳ ଧୂପ ପରେ ମହଣମହଣ ସୁନା ଅଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ । ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରିଛନ୍ତି । ଶଙ୍ଖଚକ୍ର ପରିଧାନ କରିଛନ୍ତି ଶ୍ରୀଜଗନ୍ନାଥ । ତାଙ୍କ ପାଦରେ ଶ୍ରୀ ପୟର, ହାତରେ ଶ୍ରୀଭୁଜ ଓ ଅନ୍ୟ ବହୁ ପ୍ରକାର ସୁନା ଅଳଙ୍କାର ପରିଧାନ କରିଛନ୍ତି । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ ।

ରାତିରେ ବଡସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ । ଏହି ବେଶରେ ଅନେକ ପ୍ରକାର ପୂଷ୍ପରେ ବିଭୁଷିତ ହେବେ ମହାପ୍ରଭୁ । ସେଥିରେ ଶ୍ରୀଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍‌ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ ।

। ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରେ ଶ୍ରୀଜିଉଙ୍କ ନିକଟରେ ମକର ଚାଉଳ ଓ ଧନୁମୂଆଁ ଭୋଗ କରାଯିବ ।

Leave A Reply

Your email address will not be published.