Latest Odisha News

BREAKING NEWS

ସଂସଦରେ ମହାମହିମଙ୍କ ଅଭିଭାଷଣ, କହିଲେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମିଳିବ ଅଧିକ ପ୍ରାଧାନ୍ୟ

ନୁଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଆଜି ନିଜର ଅଭିଭାଷଣ ରଖିଛନ୍ତି ମହାମହିମ । ୧୦ ବର୍ଷର ସଫଳତା, ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ ମ୍ୟାପ ସମ୍ପର୍କରେ ଆଜି ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ।

ନିଜ ଉଦ୍ବୋଧନରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି ମହାମହିମ । କହିଛନ୍ତି, ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି। ଆଗାମୀ ବଜେଟରେ ଏହାକୁ ନେଇ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ମଧ୍ୟ କରାଯିବ । ବିଜୁଳି ବିଲ୍ ଜିରୋ କରିବାକୁ ଯୋଜନା ଆସିଛି ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି ।ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ବି ମୋ ସରକାର ଉଦ୍ୟମ କରୁଛି । ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ଯାହା ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏଥିସହିତ ଜଣେ ବି କେହି ସରକାରୀ ଲାଭରୁ ବଞ୍ଚିତ ନହେବା ଲକ୍ଷ୍ୟ ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ କହିଲେ ରାଷ୍ଟ୍ରପତି । ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ । ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ସରକାରଙ୍କ ସବୁ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଯିବ । ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି। ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ କହିଲେ ରାଷ୍ଟ୍ରପତି। ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ। ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢିବେ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଆଜି ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିବେ ସଂସଦ ଭବନରେ ପହଞ୍ଚି ଗଜ ଦ୍ୱାର ଦେଇ ନୂଆ ସଂସଦ ଭବନରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଭୟ ଗୃହର ପ୍ରିଜାଇଡିଂ ଅଫିସର ଓ ଉପରାଷ୍ଟ୍ରପତି ଗୃହ ମଧ୍ୟକୁ ପାଛୋଟି ନେଇଥିଲେ । ଏହା ପରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି । ଏହାସହିତ ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଯେଉଁଥିରେ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ମନ୍ତବ୍ୟ ରଖିଥିଲେ ରାଷ୍ଟ୍ରପତି । ପେପର ଲିକ୍ ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି । ପରୀକ୍ଷାରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ। ନିକଟରେ ସରକାର ପେପର ଲିକ୍‌ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ପେପର ଲିକ୍‌ ମାମଲା ସାମ୍ନାକୁ ଆସିଛି। ପରୀକ୍ଷାରେ ପାରଦର୍ଶିତା ଓ ନିରପେକ୍ଷତା ନିହାତି ଜରୁରୀ। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ଅଣାଯିବା ପାଇଁ ଉଦ୍ୟମ ହେଉଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଏଥିସହିତ ଏହା ବିରୋଧରେ ସମସ୍ତ ରାଜନୈତିକ ଦଳ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି କାମ କରିବା ଉଚିତ୍‌ ବୋଲି ପରାମର୍ଶ ଦେଇଛନ୍ତି ମହାମହିମ ।

ଏହା ସହିତ ଜମ୍ମୁକାଶ୍ମୀର ବାସୀଙ୍କୁ ମଧ୍ୟ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ଅନୁଦାନ ପାଇଁ ଅଭିବାଦନ ଜଣାଇଛନ୍ତି । କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ପୂର୍ବ ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା ।

ଏଥିସହିତ ରାଷ୍ଟ୍ରପତି ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି, ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି। ୧୦ ବର୍ଷର ସୁଶାସନ ଉପରେ ଲୋକମାନେ ମୋହର ମାରିଛନ୍ତି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା କେବଳ ମୋ ସରକାର ହିଁ  ପୂରଣ କରିପାରିବ ।

ଏଥିସହିତ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଅସାମ୍ବିଧାନିକ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହା ଭାରତ ସମ୍ବିଧାନର ଏକ କଳଙ୍କିତ ପୃଷ୍ଠା ।

Leave A Reply

Your email address will not be published.