Latest Odisha News

BREAKING NEWS

ରାଜ୍ୟରେ କମିଛି ଦାରିଦ୍ର୍ୟହାର, ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟହାର କମିଛି। ଏନେଇ ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ୨୦୧୧-୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨. ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫. ୬୮ ପ୍ରତିଶତକୁ ହ୍ରାସ ପାଇଛି।

ରାଜ୍ୟରେ ଦାରିଦ୍ର୍ୟ ହାର କମାଇବା ପାଇଁ ୧୩ଟି ଯୋଜନା କାର୍ଯ୍ୟ କରୁଛି। ସେଗୁଡ଼ିକ ହେଲା- ବିଜୁ ପକ୍କାଘର, ମୁକ୍ତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ଜାଗା ମିଶନ, କାଳିଆ, ମଧୁବାବୁ ପେନସନ୍‌‌, ମିଶନ ଶକ୍ତି, ବରିଷ୍ଠ ବୁଣାକାର ସହାୟତା ସହିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଯୋଜନା।

ସେହିପରି ବିଧାନସଭାରେ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପ୍ରକାଶ କରିଛନ୍ତି ଯେ ୨୦୧୮ ମସିହାରୁ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବାବେଳେ ଓଡ଼ିଶାର ୬୦ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୨୦୧୮ ରୁ ୩୨୨ ଅଭିଯୋଗ ଆଧାରରେ ଓଡିଶାରୁ ପ୍ରାୟ ୫,୪୪୦ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ରାଜ୍ୟରୁ ଉଦ୍ଧାର କରାଯାଇଛି।ଏଥିସହ ରାଜ୍ୟ ସରକାର ୬୪,୨୪,୮୦୭ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି।

 

 

Comments are closed.