Latest Odisha News

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍

ଭୁବନେଶ୍ୱର: ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍। ରାଜଧାନୀ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ପୁସ୍ତକମେଳାର ସଭାରେ ବିଶ୍ୱଭୂଷଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ରାଜ୍ୟପାଳ ବିଶ୍ୱଭୂଷଣଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତକାଟ୍ ହୋଇଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ଥରେ ନୁହେଁ ବାରମ୍ବାର ଏପରି ୩-୪ ଥର ବିଦ୍ୟୁତକାଟ ହେଉଥିବା ଦେଖିବାକୁ ମିଳିଥିଲା। ଯାହା ଉପସ୍ଥିତ ଦର୍ଶକ ଏବଂ ଅତିଥିଙ୍କୁ ମଧ୍ୟ ବ୍ୟଥିତ କରିଥିଲା। ଏହି ସମୟରେ ରାଜ୍ୟପାଳ ଟର୍ଚ୍ଚ ଲାଇଟରେ ବହି ପଢୁଥିବା ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ଚଳିତବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାରେ ଥିବା ନର୍ଥ ଓଡିଶା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସଭାରେ ଯୋଗ ଦେଇ ଉଦବୋଧନ ଦେବା ବେଳେ ବିଦ୍ୟୁତକାଟ୍‌ ହୋଇଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟରେ ଚାଲିଥିବା ବିଜୁଳି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ନିକଟରେ ରାଜ୍ୟପାଳ ବିଶ୍ବଭୂଷଣ ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନିଷ୍ପତ୍ତି ଦୋହରାଇବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବ୍ଯବସ୍ଥାକୁ ପରୋକ୍ଷରେ ସମାଲୋଚନା କରି ଏକ ଆଲେଖ୍ୟ ଲେଖିଥିଲେ। ଯାହାକୁ ନେଇ ଗତକାଲି ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ପ୍ରେସମିଟ୍ କରି ରାଜ୍ୟପାଳଙ୍କର ଏପରି କରି ରାଜନୈତିକ ବୟାନବାଜି କରିବାର ଅଧିକାର ନାହିଁ ବୋଲି କହିଥିଲେ। ଏହାର ଜବାବରେ ମଧ୍ୟ ଶାସକ ଦଳକୁ ବିରୋଧୀ ଦଳ ବିଜେପିର ନେତା ସମୀର ମହାନ୍ତି କହିଥିଲେ ଜଣେ ଜଗନ୍ନାଥଙ୍କ ଭକ୍ତ ଭାବେ ନିଜ ମନରେ ଆସିଥିବା ପ୍ରଶ୍ନକୁ ଆଲେଖ୍ୟ ଜରିଆରେ ଭୁଲ୍ ରହିଲା କେଉଁଠି ବୋଲି ପ୍ରଶ୍ନ କରିଥିଲେ।

Comments are closed.