Latest Odisha News

BREAKING NEWS

Cyclone Melissa: ସ୍ଥଳଭାଗ ଛୁଇଁଲେ ମେଲିସା, ୩ଶହରୁ ଅଧିକ ବୋହିଲା ପବନ

ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାଠାରୁ ହେଲା ଅଧିକ କ୍ଷତି । ୩ଶହରୁ ଅଧିକ ବେଗରେ ବୋହିଲା ପବନ । ଶକ୍ତିଶାଳୀ ମହାବାତ୍ୟା ମେଲିସା ଜାମାଇକାରେ କରିଛି ଲ୍ୟାଣ୍ଡଫଲ । ବାତ୍ୟା ପ୍ରଭାବରେ ଭାଙ୍ଗି ଯାଇଛି ପୁରୁଣା ଗଛ । ଉଡି ଯାଇଛି ଆଜବେଷ୍ଟସ ଓ ଟିଣ ଘର । ପ୍ରକୁତିର ଭୟଙ୍କର ତାଣ୍ଡବରେ ଛାରକାର ହୋଇଯାଇଛି ଜାମାଇକା ।

ଆଣ୍ଟଲାଟିକ ଇତିହାସରେ ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା ବୋଲି କୁହାଯାଉଛି । ୧୮୫୧ ମସିହାଠାରୁ ଏମିତିକା ବାତ୍ୟା କେବେ ହୋଇନଥିଲା । ଗତକାଲି ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ୩ଶହରୁ ଅଧିକ ରହିଥିଲା । ପ୍ରକୃତିର ତାଣ୍ଡବଲୀଳାରେ ଛାରକାର ହୋଇଯାଇଛି ବିଭିନ୍ନ ଅଞ୍ଚଳ । ବଡ ବଡ କୋଠା ଓ ଗଛକୁ ପବନ ଉଡାଇ ନେଇଛି । ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ଯାଏଁ ସବୁ ଏବେ ଧ୍ୱଂସ ଦ୍ୱୀପରେ ପରିଣତ ହୋଇଛି । କେଉଁଠି ସହର ପାଣିରେ ବୁଡି ରହିଛି ତ ଆଉ କେଉଁଠି ଧସି ଯାଇଛି ପାହାଡ ।

ଲ୍ୟାଣ୍ଡଫଲ ବେଳେ ସମୁଦ୍ରରୁ ପ୍ରାୟ ୧୦ ଫୁଟ ପର୍ଯ୍ୟନ୍ତ ଜୁଆର ଉଠିଥିଲା । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଣ୍ଟଲାଣ୍ଟିକ ମହାସାଗରରେ ଏଭଳି ବାତ୍ୟା କେବେ ହୋଇନଥିଲା ବୋଲି କୁହାଯାଇଛି । ମେଲିସାର ତାଣ୍ଡବ ଦେଖିବା ପରେ ଏହାକୁ କ୍ୟାଟାଗୋରୀ ୫ରେ ରଖାଯାଇଛି । ୧୯୯୯ ମହାବାତ୍ୟାଠାରୁ ବି ଅଧିକ କ୍ଷତି ହୋଇଛି । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ ଏକ୍ସ ସି-୧୩୦ ହର୍କୁଲେସ ବିମାନକୁ ନେଇ ମହାବାତ୍ୟାର ଆଖି ଭିତରେ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛି । ମହାବାତ୍ୟାର ଆଖି ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନସୁଦ୍ଧା ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ୨ ଦିନ ଯାଏଁ ଜାମାଇକାରେ ଆଲର୍ଟ ଜାରି ହୋଇଛି ।

ପ୍ରଶାସନ ଏବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚଳାଇଛି । ସୂଚନା ଅନୁସାରେ ୨୦୨୫ର ସବୁଠାରୁ ଶକ୍ତିଶାଳୀ ବାତ୍ୟା ମେଲିସା ପ୍ରଥମେ କ୍ୟୁବା ଅଭିମୁଖେ ଯାଉଥିଲା । ହେଲେ ଏହାପରେ ଦିଗ ବଦଳାଇ ବାହାମା ଆଡକୁ ଗତି କରିଥିଲା । ବାତ୍ୟା ଆସିବା ବେଳେ ୧୦ ଫୁଟରୁ ଅଧିକ ଜୁଆର ହୋଇଥିଲା । ତେବେ ବାତ୍ୟା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି । ଲୋକେ ଜୀବନ ବିକଳରେ ଏଣେତେଣେ ଧାଇଁବାକୁ ଚେଷ୍ଟା କରୁଛନ୍ତି । ବାତ୍ୟାର ରୂପ ଅଧିକ ଭୟଙ୍କର ଥିବାରୁ ଲୋକେ ଭୟରେ ରହିଛନ୍ତି ।

Comments are closed.