Latest Odisha News

BREAKING NEWS

ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା

ମୁମ୍ବାଇ: ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ପ୍ରଭାସ ଏବଂ ଦୀପିକା ପାଦୁକୋନ ଏକାଠି ହୋଇଛନ୍ତି। ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଚଳଚ୍ଚିତ୍ରର ବିଷୟବସ୍ତୁ ସର୍ବଭାରତୀୟ ହୋଇଥିବାରୁ ଫିଲ୍ମର ନିର୍ମାତାମାନେ ଇଂରାଜୀରେ ଫିଲ୍ମ ରିଲିଜ୍ କରିବାକୁ ଯୋଜନା କରିଛନ୍ତି।

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ବର୍ତ୍ତମାନ ଚାଲିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ନିର୍ମାତାମାନେ ଏହି ଫିଲ୍ମକୁ ପାଞ୍ଚଟି ଭାରତୀୟ ଭାଷାରେ ରିଲିଜ୍ ବ୍ୟତୀତ ଇଂରାଜୀରେ ରିଲିଜ କରିବେ।

ସୂତ୍ରରୁ ପ୍ରକାଶ ଯେ, ନାଗ ଅଶ୍ୱିନ୍ ଏବଂ ଏହି ବିଜ୍ଞାନ-କାଳ୍ପନିକ କାହାଣୀର ସମସ୍ତ ଟିମ୍ କେବଳ ପାଞ୍ଚଟି ଭାରତୀୟ ଭାଷାରେ ନୁହେଁ – ତେଲୁଗୁ, ହିନ୍ଦୀ, ତାମିଲ୍, ମାଲାୟାଲମ୍ ଏବଂ କନ୍ନଡରେ ନୁହେଁ, ଇଂରାଜୀରେ ମଧ୍ୟ ମୁକ୍ତିଲାଭ କରିବାକୁ ଯୋଜନା କରୁଛନ୍ତି।

ନାଗ ଅଶ୍ୱିନ୍‌ଙ୍କ ଏହି ଚଳଚ୍ଚିତ୍ରର ସୁଟିଂ ମାର୍ଚ୍ଚ ୨୦୨୧ ମଧ୍ୟଭାଗରୁ ଆରମ୍ଭ ହେବ।

Comments are closed.