ମୁମ୍ବାଇ: ପ୍ରଭାସଙ୍କ ପ୍ରତ୍ୟେକ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ୨୦୨୪ ତାଙ୍କୁ କଲ୍କୀ ୨୮୯୮ରେ ଦର୍ଶକମାନେ ଦେଖିଥିଲେ । ଏ ବର୍ଷ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନି । ଏବେ ସେ ହନୁ ରାଘବପୁରୀଙ୍କ ଫୌଜୀ ଓ ସନ୍ଦୀପ ରେଡୀ ବାଙ୍ଗାଙ୍କ ସ୍ପିରିଟରେ ଅଭିନୟ କରୁଛନ୍ତି । ସ୍ପିରିଟ ଫିଲ୍ମ ସମ୍ପୂର୍ଣ୍ଣ ହେବାରେ ବାରମ୍ବାର ବିଳମ୍ବ ହେଉଥିବାରୁ ପ୍ରଶଂସକମାନେ ବିରକ୍ତ ହେଲେଣି । ସନ୍ଦୀପଙ୍କ ଆନିମଲ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ପରେ ଏବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଭାସ ଏବେ ଦି ରାଜା ସାବ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହାର ଶୁଟିଂ ସମ୍ପୂର୍ଣ୍ଣ ଶେଷ ହୋଇଛି । ସେ ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ରହିବେ ।
ସ୍ପିରିଟ ଫିଲ୍ମ ବିଳମ୍ବ ହେବାର ଏହା ମଧ୍ୟ ଏକ ବଡ କାରଣ ରହିଛି । ଅପରପକ୍ଷରେ ସନ୍ଦୀପ ଏ ପର୍ଯ୍ୟନ୍ତ ପ୍ରି ପ୍ରଡକ୍ସନ ୱାର୍କ ଏବଂ ଅନ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନାହାନ୍ତି । ତେବେ ଉଭୟଙ୍କ ନିକଟରେ ସମୟ ମିଳିବା ମାତ୍ରେ ଫିଲ୍ମକୁ ସମ୍ପୂର୍ଣ୍ଣ ଶୀଘ୍ର କରିବେ ବୋଲି ଆଶା କରାଯାଉଛି । ସେ ଏହା ପରେ ରଣବୀର କାପୁରଙ୍କୁ ନେଇ ଆନିମଲ ପାର୍କର କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ । ସ୍ପିରିଟରେ ପ୍ରଭାସଙ୍କ ସହ ତୃପ୍ତି ଡିମରୀ କାମ କରିବେ । ଦୀପିକା ପାଦୁକୋନ ଫିଲ୍ମରୁ ଓହରିଯିବା ପରେ ତୃପ୍ତିଙ୍କୁ ନିଆଯାଇଛି ।
Comments are closed.