Latest Odisha News

BREAKING NEWS

ଭାଇରାଲ ହେଲା ପ୍ରଭାସ-ଅନୁଷ୍କାଙ୍କ ଏହି ଫଟୋ

ପ୍ରସିଦ୍ଧ ଦକ୍ଷିଣ ସୁପରଷ୍ଟାର ଅନୁଷ୍କା ଶେଟ୍ଟୀ ନିକଟରେ ଟ୍ୱିଟରରେ ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ଅନୁଗାମୀମାନେ ପ୍ରାୟ ଏକ ମିଲିୟନରେ ପହଞ୍ଚିଲାଣି ।

ସୁପରହିଟ ସିନେମା ବାହୁବଳୀରେ ‘ଦେବସେନା’ଙ୍କ ଭୂମିକା ପରେ ଏହି ଅଭିନେତ୍ରୀ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି।

ଦକ୍ଷିଣ ସିନେମାର ହିଟ୍ ଅନସ୍କ୍ରିନ ଯୋଡି ମଧ୍ୟରୁ ଅନୁଷ୍କା ଏବଂ ପ୍ରଭାସ ଅନ୍ୟତମ। ମିର୍ଚି ଏବଂ ବାହୁବଳୀ ସମେତ ଅନେକ ବ୍ଲକବଷ୍ଟର ପ୍ରୋଜେକ୍ଟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି ।

ଏହି ଯୋଡି ଅନେକ ଥର ଡେଟିଂ କରୁଥିବା ଚର୍ଚ୍ଚା ହେଉଛି, ତଥାପି ଉଭୟ କଳାକାର ସମସ୍ତ ଗୁଜବ ପ୍ରଚାର ହେଉଥିବା କହିଛନ୍ତି ।

ବର୍ତ୍ତମାନ, ମିର୍ଚିଙ୍କ ସେଟରୁ ସେମାନଙ୍କ ପୁରୁଣା ବିବାହ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି। ମାଇକ୍ରୋବ୍ଲଗିଂ ସାଇଟରେ ଏକ ଇଣ୍ଟରାକ୍ଟିଭ୍ ଅଧିବେଶନ ସମୟରେ, ଯେତେବେଳେ ଜଣେ ପ୍ରଶଂସକ ଏହି ଛବି ପୋଷ୍ଟ କରି ତାଙ୍କୁ ପ୍ରତିକ୍ରିୟା ରଖିବାକୁ କହିଥିଲେ, ସେ ଟ୍ୱିଟ୍ କରିଛନ୍ତି,  “A candid pic taken when discussing the shot made a beautiful poster for mirchi .. a movie close to my heart uv creations first movie pramod, vamsi, vikki.”

ଚିତ୍ରରେ ଅନୁଷ୍କା ଚମତ୍କାର ଦେଖାଯାଉଥିବାବେଳେ ପ୍ରଭାସଙ୍କୁ ବର ବେଶରେ ଦେଖାଯାଇପାରେ । ଚିତ୍ର ଇଣ୍ଟରନେଟରେ ପକାଯିବା ମାତ୍ରେ ପ୍ରଶଂସକମାନେ ପ୍ରଶଂସାର ସୁଅ ଛୁଟିଛି । ଯେତେବେଳେ ଜଣେ ପ୍ରଶଂସକ ସେମାନଙ୍କୁ ପରସ୍ପର ପାଇଁ “Made for each other” ବୋଲି କହିଛନ୍ତି ।

ଅଭିନେତ୍ରୀଙ୍କୁ ପ୍ରଭାସଙ୍କ ସହ ଆଉ ଏକ ଫିଲ୍ମ କରିବାକୁ କୁହାଯାଇଥିଲା, ଯାହାର ପ୍ରତିକ୍ରିୟାରେ ଅନୁଷ୍କା କହିଛନ୍ତି,

Leave A Reply

Your email address will not be published.