ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ପ୍ରୋଜେକ୍ଟ କେକୁ ୨ଟି ଭାଗରେ ରିଲିଜ କରିବା ପାଇଁ ନିର୍ମାତା ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ରିପୋର୍ଟ ମୁତାବକ ପ୍ରଥମ ପାର୍ଟ ଶେଷ ଆଡକୁ ସସପେନ୍ସ ସୃଷ୍ଟି କରିବ ଏବଂ ଦ୍ୱିତୀୟ ପାର୍ଟ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । ନାଗ ଅଶ୍ୱୀନଙ୍କ ଏି ସାଇନ୍ସ ଫିକ୍ସନ ଫିଲ୍ମର ଷ୍ଟୋରୀକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଛି । ପ୍ରଭାସଙ୍କ ଚେହେରା ଏଥିରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବ ।
ପ୍ରଥମ ପାଟଁ ଏପ୍ରିଲ ୨୦୨୪ରେ ରିଲିଜ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରଭାସ ଓ ଦୀପିକାଙ୍କ ଯୋଡି ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ନିକଟରେ ଶାହାରୁଖ ଖାଁ ସହ ଦୀପିକାଙ୍କ ପଠାନ ଫିଲ୍ମ ସୁପରହିଟ ହେବା ପରେ ତାଙ୍କ ଚାହିଦା ଆହୁରି ବଢ଼ିଯାଇଛି ।
Comments are closed.