Latest Odisha News

BREAKING NEWS

ହାଇକୋର୍ଟଙ୍କ ଛାଟ ପରେ ଯୁବ ବିଧାୟକ ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଜଗତସିଂହପୁର: ଯୁବ ବିଜେଡି ବିଧାୟକଙ୍କ ବିରୋଧରେ ରୁଜୁ ହେଲା ମାମଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବିଜୟଙ୍କ ପ୍ରେମିକା ସୋମାଲିକା ଦାଶଙ୍କ ସାନି ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।

ପୂର୍ବରୁ ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମାମଲା ରୁଜୁ କରି ନଥିଲା । ଯାହାକୁ ନେଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲାକୁ ଗୁରୁତର ସହ ନେଇ କେଶ ରୁଜୁ କରିଛି ।

ସୂଚନା ଅନୁସାରେ, ୨୦୨୨ ମେ ୧୭ ତାରିଖରେ ଉଭୟ ମଧ୍ୟସ୍ଥତାରେ ବିବାହ ପାଇଁ କାଉନସେଲିଂ ଲାଗିରାଜି ହୋଇଥିଲେ । ଯାହା ପରେ ୨୦୨୨ ଜୁନ୍ ୧୮ ତାରିଖରେ ସେ ବିଜୟ ଶଙ୍କରଙ୍କ ବିରୋଧରେ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । କହିଥିଲେ ବିଜୟ ଶଙ୍କର କୁଆଡ଼େ ଦେହ ବ୍ୟବସାୟ ଚଳାଉଛନ୍ତି ।

Leave A Reply

Your email address will not be published.