Latest Odisha News

BREAKING NEWS

ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଶଂସକଙ୍କୁ ପ୍ରଭାସଙ୍କ ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ସିନେ ଦର୍ଶକଙ୍କ ଲାଗି ଖୁବ୍‌ ଶୀଘ୍ର ଏକ ସୁନ୍ଦର ଚଳଚ୍ଚିତ୍ର ନେଇ ଆସୁଛନ୍ତି ସୁପରଷ୍ଟାର ପ୍ରଭାସ। ଜନ୍ମାଷ୍ଟମୀ ଉପଲକ୍ଷେ ସେ ତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ସେୟାର କରିଛନ୍ତି। ଯାହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

ନୂଆ ପୋଷ୍ଟରରେ ପ୍ରଭାସ ଓ ପୂଜା ଦୁହେଁ ପିଆନୋ ବଜାଉଥିବା ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣକୁମାର। ୨୦୨୨ ଜାନୁଆରୀ ୧୩ରେ ଏହା ପ୍ରେକ୍ଷାଳୟକୁ ଆସିବ।

Leave A Reply

Your email address will not be published.