Latest Odisha News

BREAKING NEWS

‘କେଜିଏଫ୍ ୩’ ସହ ଫିଲ୍ମ ‘ସଲାର’ର ରହିଛି କି କନେକଶନ ! ଟିଜର ରିଲିଜ୍ ପୂର୍ବରୁ ମିଳିଲା ବଡ଼ ହିଣ୍ଟ୍

ମୁମ୍ୱାଇ: ଫିଲ୍ମ ‘ସାଲାର୍’ ଓ ଫିଲ୍ମ ‘କେଜିଏଫ୍ ୩’ ସହ କଣ ରହିଛି ସମ୍ପର୍କ? ଏହି ପ୍ରଶ୍ନଟି ସୋସିଆଲ ମିଡିଆରେ ଘୁରି ବୁଲୁଛି। କାରଣ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କେଜିଏଫ୍ ୧’ ଏବଂ ‘କେଜିଏଫ୍ ୨’ ଦ୍ୱାରା ଦର୍ଶକଙ୍କୁ ଦିୱାନା କରିଦେଇଛନ୍ତି। ଏଥିସହିତ ଯେତେବେଳେ ସେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସଲାର’ର ଟିଜରର ରିଲିଜ୍ ତାରିଖ ଏବଂ ସମୟ ଘୋଷଣା କରିଥିଲେ, ସେତେବେଳେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୟଶ ଷ୍ଟାରର ସୁପରହିଟ୍ ଫିଲ୍ମ ‘କେଜିଏଫ୍ ୨’ର କ୍ଲାଇମାକ୍ସ ସହିତ ଏହି ସମୟର ଗଭୀର ସଂଯୋଗ ଅଛି।

ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ହୋମ୍ବଲେ ଫିଲ୍ମ ଯେବେଠାରୁ ପ୍ରଭାସଙ୍କ ‘ସଲାର’ ଫିଲ୍ମ ଘୋଷଣା କରିଛନ୍ତି, ସେବେଠାରୁ ଏହି ଖବର ଲାଇମ୍ ଲାଇଟରେ ରହିଛି। ଏହି ଚଳଚ୍ଚିତ୍ରରେ ପାନ ଇଣ୍ଡିଆ ସୁପରଷ୍ଟାର ପ୍ରଭାସଙ୍କୁ ଦେଖିବାକୁ ମିଳିବ। ସମ୍ପ୍ରତିରେ ସାଲାରର ଟିଜର ରିଲିଜ୍ ତାରିଖ ସମ୍ବନ୍ଧରେ ଏକ ବଡ ଅପଡେଟ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କୁହାଯାଉଛି ‘ସଲାର’ ଫିଲ୍ମଟି ଲୋକପ୍ରିୟ କେଜିଏଫର ଏକ ଅଂଶ ହୋଇପାରେ।

ଯଦିଓ ନିର୍ଦ୍ଦେଶକ ଏହି ଖବର ସମ୍ପର୍କରେ କୌଣସି ଅଫିସିଆଲ ସୂଚନା ଦେଇ ନାହାଁନ୍ତି। କିନ୍ତୁ କୁହାଯାଉଛି ଯେ ‘କେଜିଏଫ୍ ୨’ ରେ ଏକ ଦୃଶ୍ୟ ରହିଛି ଯେଉଁଥିରେ ‘ସଲାର’ ଫିଲ୍ମର ଟିଜର ରିଲିଜ ତାରିଖ ନେଇ ସଙ୍କେତ ଦିଆଯାଇଥିଲା। ଅର୍ଥାତ୍ ଜୁଲାଇ ୬ ତାରିଖରେ ‘ସଲାର’  ଫିଲ୍ମର ଟିଜର ରିଲିଜ ହେବ ବୋଲି କୁହାଯାଉଛି। ଏହି ସଙ୍କେତକୁ ଦେଖି ମନେ ହେଉଛି ‘କେଜିଏଫ୍ ୨’ ର ଏକ ଅଂଶ ସୋଲାର ଫିଲ୍ମ। ନିକଟରେ, ‘କେଜିଏଫ୍ ୨’ ଏକ ବର୍ଷ ପୂରଣ ହେବାପରେ ନିର୍ମାତାମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଥିଲା। ନିର୍ମାତା ଏହି ସମୟରେ ଏକ ଫଟୋ ସେୟାର କରି ‘କେଜିଏଫ ୩’ ଆସିବାର ଏକ ହିଣ୍ଟ୍ ଦେଇଛନ୍ତି। ବର୍ତ୍ତମାନ ଫିଲ୍ମ ‘ସଲାର’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Comments are closed.