Latest Odisha News

BREAKING NEWS

ଜନ୍ମଦିନରେ ଆଗାମୀ ଫିଲ୍ମ କଥା କହିଲେ ପ୍ରଭାସ

ହାଇଦ୍ରାବାଦ: ଆଜି ୪୬ ବର୍ଷରେ ପାଦ ଥାପିଛନ୍ତି ଷ୍ଟାଇଲିସ ସାଉଥ ସୁପରଷ୍ଟାର ପ୍ରଭାସ । ଏହି ଅବସରରେ ସେ ଫ୍ୟାନ୍ସକୁ ଉପହାର ଦେଇଛନ୍ତି। ସେ ନିଜର ଆଗାମୀ ଫିଲ୍ମ ଫୌଜି ସମ୍ପର୍କରେ ପ୍ରକାଶ କରିଛନ୍ତି । ହନୁ ରାଘବପୁଡିଙ୍କ ନିର୍ଦ୍ଦେଶନାରେ ଫିଲ୍ମ ନିର୍ମାଣ ହେଉଥିବାବେଳେ ଦର୍ଶକ ଏହାକୁ ବହୁତ ଦିନ ହେଲା ଅପେକ୍ଷା କରି ରହିଥିଲେ । ଟି ସିରିଜ ଦ୍ୱାରା ପ୍ରଜୋଜିତ ଏହି ପିଲ୍ମ ଦର୍ଶକଙ୍କୁ ବେସ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

୨୦୦୨ରେ ତେଲଗୁ ଫିଲ୍ମ ଇଶ୍ୱରରୁ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଭାସ । ଫିଲ୍ମ କ୍ୟାରିୟରରେ ସେ ୨୩ ବର୍ଷ ପୂରଣ କରିସାରିଲେଣି । କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ସେ ସଫଳତାର ସିଡି ଚଢି ଚାଲିଛନ୍ତି । ଦେଶ ବିଦେଶରେ ନାଁ କରିଥିବା ପ୍ରଭାସ ହାଇଦ୍ରାବାଦର ଜୁବଲିହିଲ୍ସରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କରିଛନ୍ତି। ବାହୁବଳୀ ଅଭିନେତା ତାଙ୍କ ପରିବାର ସହିତ ୮୪ ଏକର ଜମିରେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ ଘରେ ରୁହନ୍ତି। ପ୍ରଭାସଙ୍କ ବଙ୍ଗଳରା ସୁନ୍ଦର ବଗିଚା ଓ ସୁଇମିଂପୁଲ ମଧ୍ୟ ରହିଛି।

ସେହିପରି ଆନ୍ଧ୍ରପ୍ରଦେଶରେ ୮୪ ଏକର ଜାଗାରେ ତାଙ୍କର ଏକ ଚମତ୍କାର ଫାର୍ମହାଉସ ମଧ୍ୟ ରହିଛି । ଏକ କୋଟି ୫ ଲକ୍ଷ ଟଙ୍କାରେ ସେ ସେହି ଜାଗା କିଣିଥିଲେ ବୋଲି ସୂଚନା ମିଳିଛି । ପ୍ରବାସଙ୍କ ସ୍ୱପ୍ନର ସହର ମୁମ୍ବାଇରେ ଅନେକ ସମ୍ପତ୍ତି ରହିଛି । କେବଳ ଭାରତ ନୁହେଁ ଇଟାଲିରେ ମଧ୍ୟ ପ୍ରଭାସଙ୍କର ଏକ ସୁନ୍ଦର ଭିଲ୍ଲା ରହିଛି । ପ୍ରଭାସଙ୍କ ଆଗାମୀ ମୁଭିରେ ଇମାନବୀ ମଧ୍ୟ ରହିଛନ୍ତି । ଏହି ମୁଭିରେ ବଲିଉଡ ଅଭିନେତା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଜୟାପ୍ରଦା ଏବଂ ଭାନୁ ଚନ୍ଦର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

୧୯୪୦ ଦଶକର ଭାରତର ପୃଷ୍ଠଭୂମି ଉପରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି । ୧୯୩୨ ପରଠାରୁ ଅଶାନ୍ତ ଯୁଦ୍ଧ ସମୟର କାହାଣୀ ଉପରେ ଫିଲ୍ମ ପରିବେଷିତ ହୋଇଛି । ଏହି ମୁଭି ବ୍ୟତୀତ ଦ ରାଜା ସାବ ମଧ୍ୟ ଆସୁଛି । ମାରୁତି ଫିଲ୍ମର କାହାଣୀ ଲେଖିବା ସହ ନିଜେ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଭାସଙ୍କ ସହିତ ସଞ୍ଜୟ ଦତ୍ତ, ନିଧି ଅଗ୍ରୱାଲ, ମାଳବିକା ମୋହନନ ଏବଂ ରିଦ୍ଧି କୁମାର ଏଥିରେ ନଜର ଆସିବେ । ଏହି ମୁଭି ଆସନ୍ତା ଜାନୁୟାରୀ ୯ ତାରିଖରେ ତେଲଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସମଗ୍ର ଭାରତରେ ମୁକ୍ତିଲାଭ କରିବ ।

Comments are closed.