Latest Odisha News

ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ, ‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ ୱେବସାଇଟ୍ ଲଞ୍ଚ କଲେ ବାହୁବଳୀ ଷ୍ଟାର

ନୂଆଦିଲ୍ଲୀ: ଏବେ ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ l ସାଉଥ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ ନାମକ ଏକ ୱେବସାଇଟ୍ ଲଞ୍ଚ କରିଛନ୍ତି। କାହାଣୀ କହିବାକୁ ଆଗ୍ରହୀ ପ୍ରଭାସଙ୍କ ଏହି ପଦକ୍ଷେପକୁ ଅନେକ ସମର୍ଥନ ମିଳୁଛି l ଏହି ମଞ୍ଚ ସାହାର୍ଯ୍ୟରେ ଲେଖକମାନେ ସେମାନଙ୍କର କାହାଣୀ ଆଇଡ଼ିଆ ବାଣ୍ଟିବା, ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିବା ଏବଂ ବଡ ବଡ କ୍ରିଏଟିଭ ମାନଙ୍କ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇପାରିବେ l

‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ରେ, ଲେଖକମାନେ ସେମାନଙ୍କର କାହାଣୀର ସାରାଂଶକୁ 250 ଶବ୍ଦ ମଧ୍ୟରେ ପଠାଇ ପାରିବେ l ୱେବସାଇଟରେ ପକେଇବା ପରେ ଦର୍ଶକମାନେ ସେହି କାହାଣୀକୁ ପଢିବା ସହ ରେଟିଙ୍ଗ ମଧ୍ୟ ଦେଇପାରିବେ l ରେଟିଙ୍ଗକୁ ଦେଖି ଯେଉଁ କାହାଣୀ ବେଶୀ ଲୋକପ୍ରିୟ ହୋଇଥିବା ତାହା ନମ୍ବର 1ରେ ରହିବ l ତେବେ ଏଥିରେ, ଫିଡବ୍ୟାକ ବ୍ୟବସ୍ଥାରେ କମେଣ୍ଟ ସ୍ଥାନରେ ରେଟିଙ୍ଗ ବ୍ୟବହାର କରାଯିବ l ଏହାଦ୍ୱାରା ଏକ ସକରାତ୍ମକ ପରିବେଶ ସୃଷ୍ଟି ହେବ, ଯାହା ଲେଖକମାନଙ୍କୁ ସେମାନଙ୍କର ଆଇଡ଼ିଆ ପାଇଁ ଆତ୍ମବିଶ୍ୱାସ ଏବଂ ସମର୍ଥନ ପ୍ରଦାନ କରିବ l

ଏହାର ଉନ୍ମୋଚନ ଉତ୍ସବ ପାଇଁ ‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆରମ୍ଭ କରିଛି l ଯାହାର ନାମ ରହିଛି “ତୁମର ପ୍ରିୟ ହିରୋର କଳ୍ପନା ସୁପର ପାୱାର୍ ସହିତ କର!” l ଏଥିରେ ଲେଖକମାନଙ୍କୁ 3,500 ଶବ୍ଦର କାହାଣୀ ଉପସ୍ଥାପନ କରିବାକୁ ଆମନ୍ତ୍ରିତ କରାଯାଇଛି l ପରିଶେଷରେ, ଦର୍ଶକଙ୍କ ପସନ୍ଦ ଉପରେ ଆଧାର କରି ଜଣେ ଲେଖକ ଚୟନ କରାଯିବ l ତାଙ୍କୁ ଏକ ରିଅଲ ପ୍ରୋଜେକ୍ଟରେ ସହାୟକ ଲେଖକ ହେବାର ଅନନ୍ୟ ସୁଯୋଗ ମିଳିବ l ନୂତନ ଲେଖକଙ୍କୁ ସାମ୍ନାକୁ ଆଣିବାକୁ ଏହା ସାଉଥ ସୁପରଷ୍ଟାରଙ୍କ ଏକ ଅନନ୍ୟ ପ୍ରୟାସ l ଏବେ ଏଥିରେ ଅଡିଓ ଫିଚର ଉପରେ କାର୍ଯ୍ୟ କରାଯାଉଛି l ଅତିଶୀଘ୍ର ଏଥିରେ ଭଏସ ଅଡିଓର ମଧ୍ୟ ବ୍ୟବହାର କରାଯାଇପାରିବ l ଯାହାଦ୍ୱାରା ଲେଖକ ମାନେ ସେମାନଙ୍କ ଭାବନାକୁ ଲେଖିବା ସହ କହି ପାରିବେ ମଧ୍ୟ l

 

Comments are closed.