Latest Odisha News

ସୁବାସ ଚନ୍ଦ୍ର ବୋଷଙ୍କ ଭୂମିକାରେ ପ୍ରଭାସ!

ମାଡ୍ରାସ: କଲ୍କୀ ୨୮୯୮ ଏଡି ଫିଲ୍ମର ସଫଳତା ପରେ ଲୋକପ୍ରିୟ ଅଭିନେତା ପ୍ରଭାସ ତାଙ୍କ ଆଗାମୀ ଫିଲ୍ମକୁ ନେଇ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ରିପୋର୍ଟ ମୁତାବକ ଏହି ନୂତନ ଫିଲ୍ମର ଘୋଷଣା ଅଗଷ୍ଟ ୨୨ରେ କରାଯିବ । ଦୁଲକର ସଲମାନ ଓ ମୃଣାଳ ଠାକୁରଙ୍କୁ ନେଇ ସୀତା ରାମମ ଫିଲ୍ମ କରିଥିବା ହନୁ ରାଘବପୁଡୀ ଏହାର ନିର୍ଦ୍ଦେଶନା ଦେବେ । ଏହା ଏକ ପିରିୟଡ ରୋମାଂଟିକ ଡ୍ରାମା ହେବ । ସ୍ୱାଧୀନତା ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷଙ୍କ ସମୟର କାହାଣୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ କରାଯିବ । ପ୍ରଭାସ ଆଜାଦ ହିନ୍ଦ ଫୌଜର ସଦସ୍ୟ ଭାବେ ଅଭିନୟ କରିବେ । ଏପରିକି ଅନ୍ୟ ରିପୋର୍ଟ ଅନୁସାରେ ସେ ସୁବାସଙ୍କ ରୋଲ ମଧ୍ୟ କରିପାରନ୍ତି ।

ସୂଚନାଯୋଗ୍ୟ, ସୀତା ରାମମ ଫିଲ୍ମ କରି ରାଘବପୁଡୀ ବେଶ ଲୋକପ୍ରିୟତା ହାସଲ କରିଥିଲେ । ୨୫ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ୧୦୦ କୋଟି ଆୟ କରିଥିଲା । ପ୍ରଭାସ ଏବେ ଆନିମଲ ଫେମ ନିର୍ଦ୍ଦେଶକ ସନ୍ଦୀପ ରେଡଡୀ ବାଙ୍ଗାଙ୍କ ନୂତନ ଫିଲ୍ମ ସ୍ପିରିଟ ମଧ୍ୟ ସାଇନ କରିଛନ୍ତି ।

Comments are closed.