Latest Odisha News

BREAKING NEWS

ପ୍ରଭାତ ମହାନ୍ତିଙ୍କ ନାଟକ ‘ପାପ ପୃଥିବୀ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ପ୍ରଭାତ ମହାନ୍ତିଙ୍କ ନାଟକ ‘ପାପ ପୃଥିବୀ’ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ପର୍ବରେ ସଂଗ୍ରାମ କେଶରୀ ମହାପାତ୍ର , ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ରାଜଶ୍ରୀ ମଲ୍ଲିକ ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ନାଟକ ସାମାଜିକ ଚେତନାର ସଂକଳ୍ପ ପତ୍ର , ଅନ୍ୟାୟ ଅତ୍ୟାଚାର , ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏକ ସ୍ୱର ଲିପି , ନାଟକ ହିଁ ସମାଜକୁ, ବ୍ୟକ୍ତିକୁ ଓ ଜୀବନକୁ ବଦଳାଇ ଦେବାର କ୍ଷମତା ରଖେ ସମାଜ ଉପରେ ନାଟକର ପ୍ରଭାବ ସବୁବେଳେ ରହିଛି ଏବଂ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ଏବଂ ନାଟ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.