ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ପ୍ରଭୂ ଦେବା ୪ର୍ଥ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୨୦ରେ ହିମାନୀଙ୍କ ସହ ପ୍ରଭୂଦେବା ଦ୍ୱିତୀୟ ବିବାହ କରିଥିଲେ । ଏବେ ସେମାନଙ୍କ କନ୍ୟା ସନ୍ତାନ ହୋଇଛି । ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୧୯୯୫ରେ ରାମଲତଙ୍କୁ ସେ ବିବାହ କରିଥିଲେ । ରାମଲତା ମୁସଲମାନ ହେବା ସତ୍ୱେ ପ୍ରଭୂଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ୧୬ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ପ୍ରଭୂଦେବା ବଲିଉଡ ଫିଲ୍ମ ଲକ୍ଷ୍ୟରେ ମେଁ ଐସା କ୍ୟୁଁ ହୁ ଗୀତର କୋରିଓଗ୍ରାଫ କରିଥିଲେ । ହ୍ରିତିକ ରୋଶନ ଏଥିରେ ଚମତ୍କାର ଡ୍ୟାନ୍ସ କରିଥିଲେ । ଏହି ଗୀତ ଜାତୀୟ ପୁରସ୍କାର ପାଇଥିଲା ।
ପ୍ରଥମ ୩ଟି ପୁଅ ଥିଲେ ଏବେ ଗୋଟିଏ ଝିଅ ହେବାକୁ ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ବୋଲି ସେ କହିଛନ୍ତି । ତାଙ୍କ ଦ୍ୱିତୀୟ ପତ୍ନୀ ଜଣେ ଡାକ୍ତର ଅଟନ୍ତି । ପ୍ରଭୂ ଦେବା ଜଣେ ଭଲ ଡ୍ୟାନ୍ସର, ହୀରୋ, ନିର୍ଦ୍ଦେଶକ ଓ କୋରିଓଗ୍ରାଫର ଭାବେ ସାଉଥ ତଥା ବଲିଉଡରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି ।
Comments are closed.