Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ୧ ଲକ୍ଷ କୋଟି ଟପିଲା ଜମା ରାଶି

ନୂଆଦିଲ୍ଲୀ: ଭାରତ ସରକାର ୫ବର୍ଷ ପୂର୍ବେ ସମାଜର ଗରିବ ଶ୍ରେଣୀଙ୍କ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ହୋଇସାରିଥିବା ଆରଟିଆଇ ତଥ୍ୟରୁ ପ୍ରକାଶ ।

ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ଏହି ଯୋଜନା ଅଧୀନରେ ୩୬.୨୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ଓ ଏଥିରେ ୧,୦୦,୮୩୧ କୋଟି ଟଙ୍କା ଜମା ରହିଛି।

ସେହିପରି ୫ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ୪.୯୯ କୋଟି ଆକାଉଣ୍ଟରେ ଏବେ ପର୍ଯ୍ୟନ୍ତ କୌଣସି ଅର୍ଥ ଜମା ହୋଇନାହିଁ । ଅର୍ଥାତ୍‌ ଏହି ଆକାଉଣ୍ଟକୁ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଇପାରିବ। ସମ୍ପୂର୍ଣ୍ଣ ଜନଧନ ଆକାଉଣ୍ଟଧାରୀଙ୍କ ମଧ୍ୟରେ ଏଭଳି ଆକାଉଣ୍ଟ ସଂଖ୍ୟା ପ୍ରାୟ ୧୪% ରହିଛି, ଯେଉଁଥିରେ ଟଙ୍କାଟିଏ ମଧ୍ୟ ନାହିଁ।

ସୂଚନାଯୋଗ୍ୟ, ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟ ପାଇଁ କୌଣସି ଅର୍ଥ ସୀମା ଧାର୍ଯ୍ୟ ହୋଇନାହିଁ। ଅର୍ଥାତ୍‌ ଯେକୌଣସି ବ୍ୟକ୍ତି ‘ଜିରୋ ବାଲାନ୍ସ’ରେ ଏହି ଜନଧନ ଆକାଉଣ୍ଟ ଖୋଲିପାରିବ। ଆକାଉଣ୍ଟରେ ଟଙ୍କାଟିଏ ନ ଥିଲେ ମଧ୍ୟ ଏହା ଚାଲୁ ରହିଥାଏ। ବ୍ୟାଙ୍କ ଏଥିପାଇଁ କୌଣସି ଚାର୍ଜ ଆଦାୟ କରେ ନାହିଁ।

Leave A Reply

Your email address will not be published.