Latest Odisha News

ସାମ୍ନାକୁ ଆସିଲା ‘ଭୁଲ୍ ଭୁଲୈୟା-୨’ ରେ କାର୍ତ୍ତିକଙ୍କ ପ୍ରଥମ ଲୁକ୍

ମୁମ୍ବାଇ: କାର୍ତ୍ତିକ ଆରିୟନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା-୨’ର ପ୍ରଥମ ଲୁକ୍‍ ସାମ୍ନାକୁ ଆସିଛି । ଏହାର ପ୍ରଥମ ଭାଗ ‘ଭୁଲ-ଭୁଲୈୟା’ରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହା ତାର ସିକ୍ୱେଲ । ଦୀର୍ଘଦିନ ଧରି ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଏହାର ମୁଖ୍ୟ କଳାକାର କାର୍ତ୍ତିକ ଆର୍ୟନଙ୍କ ପ୍ରଥମ ଲୁକ୍ ସୋଶିଆଲ ମିଡିଆରେ ଶେୟାର କରାଯାଇଛି।

ଏହାର ପ୍ରଥମଭାଗ ‘ଭୁଲ-ଭୁଲୈୟା’ରେ ଅକ୍ଷୟଙ୍କ ରୂପ ଯେପରି ଥିଲା କାର୍ତ୍ତିକଙ୍କୁ ଠିକ୍‍ ସେହି ରୂପରେ ଦେଖିବାକୁ ମିଳିଛି । ଭୂଷଣ କୁମାରଙ୍କ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି।

ଅନୀସ ବଜ୍‍ମୀ ଏହାର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ଅକ୍ଷୟଙ୍କୁ ଏଥିରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.