Latest Odisha News

ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ଚେସ ଖେଳାଳି ଆର.ପ୍ରଜ୍ଞାନନନ୍ଦ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ଟିଟା ଷ୍ଟିଲ ଚେସରେ ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି । ଡିଙ୍ଗଙ୍କ ବିପକ୍ଷରେ ବିଜୟ ହାସଲ କରିବା ପରେ ପ୍ରଜ୍ଞାନନନ୍ଦ ବହୁତ ଖୁସି ହୋଇ ପcଡିଥିଲେ । ସେ କେବେ ଭାବି ନ ଥିଲେ ଯେ, ଏତେ ସହଜରେ ବିଶ୍ୱ ଚାମ୍ପିୟନଙ୍କୁ ହରାଇବେ । କ୍ଲାସିକାଲ ଚେସରେ ଏହା ମୋର ପ୍ରଥମ ବଡ ବିଜୟ ହୋଇଥିବାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚାହିଁବି ବୋଲି ସେ କହିଛନ୍ତି । ମୋ ପାଇଁ ଏହା ଏକ ବିଶେଷ ଦିନ ।

୫ ଥର ବିଶ୍ୱ ଚାମ୍ପିୟନ ଆନନ୍ଦଙ୍କ ପଂଏଟ ୨୭୪୮ ଥିବା ବେଳେ ପ୍ରଜ୍ଞାନନ୍ଦ ୨୭୪୮.୩ ପଂଏଟ ହାସଲ କରିଛନ୍ତି । ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନଙ୍କୁ ହରାଇଛନ୍ତି । ପ୍ରଜ୍ଞାନନନ୍ଦ ତାଙ୍କ ପରବର୍ତୀ ମୁକାବିଲାରେ ଅନୀଷ ଗିରିଙ୍କୁ ଭେଟିବେ ।

Comments are closed.