Latest Odisha News

BREAKING NEWS

ସପରିବାର ସହ କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।

ତେବେ ଗମାଙ୍ଗଙ୍କ ପରିବାର ସମେତ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ ଆଜି କଂଗ୍ରେସରେ ବିଦ୍ଧିବଦ୍ଧ ଭାବେ ମିଶିଛନ୍ତି । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ଗିରିଧର ଗମାଙ୍ଗ ୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ହେଲେ ପ୍ରତିଶୃତି ମୁତାବକ, ତାଙ୍କୁ ତାଙ୍କ ପରିବାରକୁ କୌଣସି ଟିକେଟ୍ ମିଳିନଥିଲା । ସେନେଇ୨୦୨୩ ମସିହାରେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ ହୋଇଥିଲେ । ବିଆରଏସ୍‌ ପକ୍ଷରୁ ମଧ୍ୟ ଅନେକ ପ୍ରତିଶୃତି ମିଳିଥିଲା । ହେଲେ ସେମିତି କିଛି ଦେଖିବାକୁ ମିଳିଲା ନାହିଁ । ଯାହାକୁ ନେଇ ଗମାଙ୍ଗ ପରିବାର ପୁଣି ଥିରେ କଂଗ୍ରେସକୁ ଫେରିଛନ୍ତି ।

 

Leave A Reply

Your email address will not be published.