Latest Odisha News

BREAKING NEWS

କର୍ଣ୍ଣାଟକ ଯୌନ ଉତ୍ପୀଡନ ମାମଲା; ଭାଇରାଲ ଭିଡିଓ ଅସଲି ଅଟେ: ଏଫଏସଏଲ ରିପୋର୍ଟ

ବେଙ୍ଗାଲୁରୁ: ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଡୁଆ ଶେଷ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଏଫଏସଏଲ ର ଅନୁସନ୍ଧାନ ରିପୋର୍ଟ ନିଶ୍ଚିତ କରିଛି ଯେ ପୂର୍ବତନ ସାଂସଦଙ୍କ ଅଶ୍ଳୀଳ ଭିଡିଓ ଅସଲି ଅଟେ । ସେଥିରେ କୌଣସି ପ୍ରକାରେ ଟାମ୍ପରିଂ କରାଯାଇ ନାହିଁ । ତେବେ ଯୌନ କେଳେଙ୍କାରୀ ମାମଲାରେ ରେବନ୍ନା ବର୍ତ୍ତମାନ ଜେଲରେ ଅଛନ୍ତି ।

ଏଫଏସଏଲ (ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ) ର ରିପୋର୍ଟ ନିଶ୍ଚିତ କରିଛି ଯେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଯେଉଁ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଅସଲି ଅଟେ । ଭିଡିଓ ଗୁଡିକ ଆନିମେଟେଡ୍, ଗ୍ରାଫିକ୍ସ, ଏଡିଟ୍, ରୂପାନ୍ତରିତ ନୁହେଁ । ଏଫଏସଏଲ ରିପୋର୍ଟ ଆସିବା ପରେ ପ୍ରଜ୍ବଳ ରେବନ୍ନାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି ।

ପୂର୍ବରୁ ପ୍ରଜ୍ବଳଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଭିଡିଓଟି ନକଲି ଏବଂ ଏହାକୁ ଏଡିଟ୍ କରାଯାଇଛି ବୋଲି କୁହାଯାଇଥିଲା । ପରେ ଏହାର ସତ୍ୟତା ଜାଣିବା ପାଇଁ ଏସଆଇଟି ଭିଡିଓକୁ ଏଫଏସଏଲ କୁ ପଠାଇଥିଲା । ବର୍ତ୍ତମାନ ଭିଡିଓର ଏଫଏସଏଲ ରିପୋର୍ଟ ଆସିଛି ଏବଂ ଏହା ପ୍ରମାଣିତ ହୋଇଛି ଯେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଅଶ୍ଳୀଳ ଭିଡିଓ ବାସ୍ତବ ଅଟେ ।

Comments are closed.